Latest Odisha News

BREAKING NEWS

ମୋ କଲେଜ ଅଭିଯାନ ଓ ଏନ. ଏସ.ଏସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

କଟକ : ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ମୋ କଲେଜ ଅଭିଯାନ ଓ ଏନଏସଏସ ମିଳିତ ଉଦ୍ୟମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ପ୍ରତିଶ୍ରୁତି ନାୟକ, ଦ୍ୱିତୀୟ ଦୀପ୍ତିମୟୀ ପାଣି ଓ ତୃତୀୟ ସ୍ୱାତୀ ସଂଘମିତ୍ରା ଦାସଙ୍କୁ ପୁରସ୍କାର ଦିଆଯିବା ସହିତ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ପ୍ରେରଣା ଦାୟକ ପୁରସ୍କାର ଅତିଥିମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା ।

ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କ ପ୍ରାରମ୍ଭିକ ସୂଚନା ପ୍ରଦାନ ଏବଂ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋପାଳ କୃଷ୍ଣ ବେହେରା, ରବିନ୍ଦ୍ରନାଥ ତ୍ରୀପାଠୀ, ନିର୍ମଳେନ୍ଦୁ ଗୁପ୍ତା ଏବଂ ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ଶାସ୍ତ୍ରୀ ଅତିଥି ଭାବରେ ଯୋଗ ଦେଇଥିଲେ । ପରିବେଶର ସୁରକ୍ଷା ନିମନ୍ତେ ଚାରା ରୋପଣ ଏବଂ ତାର ଯତ୍ନ ବିଷୟରେ ଅତିଥିମାନେ ସେମାନଙ୍କର ଅଭିଭାଷଣ ରଖିଥିଲେ ଏବଂ ମହାବିଦ୍ୟାଳୟର ଅଭାବ ଦୂରିକରଣ ପାଇଁ ଆର୍ଥିକ ସହାୟତା ନିମନ୍ତେ ମୋ କଲେଜ ଅଭିଯାନ ପକ୍ଷରୁ ପାଣ୍ଠି ସଂଗ୍ରହର ବାର୍ତ୍ତା ଦେଇଥିଲେ ।

ଏହି ଉତ୍ସବରେ ନିରୁପମା ପାତ୍ର, ସସ୍ମିତା ସାହୁ, ସୋନାଲି ତ୍ରିପାଠୀ, ମଞ୍ଜୁଲତା ମହାରଣା,ଅଞ୍ଜଳି ଦାସ ତଥା ପ୍ରଜ୍ଞା, ମଧୁ, ଗୀତା, ଚିନୁ ଉପସ୍ଥିତ ଥିବା ବେଳେ ଏନଏସଏସ ର କାର୍ଯ୍ୟକାରୀ ସଂଯୋଜିକା ଅଧ୍ୟାପିକା କସ୍ତୁରୀ ବେହେରା ସ୍ୱାଗତ ଭାଷଣ ରଖିଥିଲେ ଓ ମୋ କଲେଜ ଅଭିଯାନର ସଂଯୋଜିକା ବିଷ୍ଣୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.