Latest Odisha News

BREAKING NEWS

ଚିଠିର ପ୍ରଭାବ ପଡିଛି, ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି: ମୋକିମ

ଭୁବନେଶ୍ୱର: କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କର ଆସିଲା ପ୍ରତିକ୍ରିୟା। ମୋକିମ କହିଛନ୍ତି, ‘କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି। ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି। ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି। ମୋ ଚିଠିର ପ୍ରଭାବ ପଡିଛି, ଆଶା କରୁଛି ତର୍ଜମା କରାଯିବ। କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ। ମୁଁ ରାଜନୀତି କରୁଛି, ଆଗାମୀ ଦିନରେ କରିବି। ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି।’

କିଛି ଦିନ ତଳେ ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପିସିସି ସିଭାପତିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଚିଠିରେ ଲେଖିଥିଲେ ବର୍ତ୍ତମାନର ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯାଇପାରିବ ନାହିଁ। ସେହିପରି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱ ଉପରେ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ। ଯାହାକୁ ନେଇ ହାଇକମାଣ୍ଡଙ୍କ ସହ ଭକ୍ତ ଆଲୋଚନା କରିଥିଲେ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICC ଅନୁମୋଦନ କରିଛି । ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ସୋନିଆଙ୍କୁ ଚିଠି ଲେଖିଥିଲେ ସେ । ଭକ୍ତଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମୋକିମ । ଯେଉଁଥିପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

Comments are closed.