Latest Odisha News

BREAKING NEWS

ଦେଶବାସୀଙ୍କୁ ମୋଦୀ ଦେଲେ ନୂଆ ଟାସ୍କ, ଯୋଗ କରନ୍ତୁ, ଭିଡିଓ ପଠାନ୍ତୁ

ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ପାଇଁ ନୂଆ ଟାସ୍କ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ମୋ ଜୀବନ, ମୋ ଯୋଗ’ ପ୍ରତିଯୋଗିତାର ଘୋଷଣା କରିଛନ୍ତି ।

ସେ କରୋନା ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ବିଷୟରେ ବୁଝାଇଛନ୍ତି । ଏଭଳି ସଂକଟ ସମୟରେ ଯୋଗ ଏବଂ ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଯେଉଁମାନେ ପୂର୍ବରୁ କେବେ ଯୋଗ କରିନଥିଲେ ସେମାନେ ବି ବିଭିନ୍ନ ଅନଲାଇନ୍ ଭିଡିଓ ଦେଖି ଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।

ଲୋକଙ୍କ ମନରେ ଯୋଗର ଆଗ୍ରହକୁ ବଢାଇବା ପାଇଁ ଆୟୁଷ୍ ମନ୍ତ୍ରାଳୟ ପକ୍ଷରୁ ‘My Life, My Yoga’ ନାମକ ଏକ ଅନ୍ତଃରାଷ୍ଟ୍ରୀୟ ଭିଡ଼ିଓ ବ୍ଲଗ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । କେବଳ ଭାରତ ନୁହଁ ଦୁନିଆର କୋଣ ଅନୁକୋଣର ପ୍ରତିଟି ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ।

ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଆପଣଙ୍କୁ ନିଜର ଯୋଗ, ଆସନର ମୂଦ୍ରା ଦେଖାଇ ୩ ମିନିଟ୍ ର ଏକ ଭିଡିଓ ପ୍ରସ୍ତୁତ କରିବାକୁ ପଡିବ । ଯୋଗ ଆପଣଙ୍କ ଜୀବନରେ କେଉଁପ୍ରକାର ପରିବର୍ତ୍ତନ ଆଣିଛି ସେ ବିଷୟରେ କହିବାକୁ ପଡିବ ବୋଲି ମୋଦୀ କହିଛନ୍ତି ।

Leave A Reply

Your email address will not be published.