Latest Odisha News

BREAKING NEWS

୧୭ ହଜାର କୋଟି ଟଙ୍କା ଘୋଷଣା ଏକ ପ୍ରହସନ: ପିସିସି ସଭାପତି

ଭୁବନେଶ୍ୱର: କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ସରକାର ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ଏକ ପ୍ରହସନ ।

ସେ ଆହୁରି କହିଛନ୍ତି, ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ପୂର୍ବରୁ ପହଂଚି ଯାଉଛି ସରକାର କ’ଣ ଖର୍ଚ୍ଚ କରିବେ ସେ ସବୁର ତଥ୍ୟ ୨୮ ତାରିଖରୁ ସବୁ ବିଭାଗକୁ ଉନ୍ନୟନ କମିଶନର ଦେଇ ସାରିଥିଲେ । ବୈଠକ ପୂର୍ବରୁ ଯଦି ନିଷ୍ପତି ନିଆସରିଥିଲା ତେବେ ମନ୍ତ୍ରୀ ପରିଷଦ ବୈଠକ କାହିଁକି ଡ଼କାଯାଉଥିଲା ।

ଏହା ସହ ରାଜ୍ୟ ସରକାର ଘୋଷଣା କରିଥିବା କୃଷି, ମନରେଗା ଭଳି ଅନ୍ୟାନ ସହାୟତା କେବଳ ଅବଲୋକରାର କାହାଣୀ । ଲୋକଙ୍କୁ ଭ୍ରମିତ କରିବା ପାଇଁ ଏକ ଉପାୟ । ରାଜ୍ୟ ସରକାର ତୁରନ୍ତ ବିଧାନସଭା ଡାକ୍ତନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.