Latest Odisha News

BREAKING NEWS

ସାଧାରଣ ଲୋକଙ୍କ ଉପରେ ବୋମା ବର୍ଷା କଲା ମିଆଁମାର ସେନା; ସାମରିକ ଶାସନ ବିରୋଧରେ ବାନ୍ଧିଥିଲେ ମେଳି

ନୂଆଦିଲ୍ଲୀ: ଦେଶର ସାଧାରଣ ଜନତାଙ୍କ ଉପରେ ମିଆଁମାର ସେନା ଜୁନ୍ତାର ଅତ୍ୟାଚାର ଥମିବାର ନାଁ ନେଉ ନାହିଁ। ଯେଉଁ ଲୋକମାନେ ଦେଶରେ ସୈନ୍ୟ ଶାସନକୁ ବିରୋଧ କରୁଛନ୍ତି ସେମାନଙ୍କୁ ହତ୍ୟା କରୁଛି ମାଆଁମାର ସେନା।

ସାମିରକ ଶାସନ ବିରୋଧରେ ମେଳି ବାନ୍ଧିଥିବା କିଛି ସାଧାରଣ ଲୋକଙ୍କ ଉପରେ ବୋମା ଫିଙ୍ଗିଛି ମିଆଁମାର ସେନା ଜୁନ୍ତା। ଏଥିରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଛୋଟପିଲାମାନେ ବି ଅଛନ୍ତି। ମିଆଁମାର ସେନା ଜୁନ୍ତା  ଏୟାର୍‌ ଷ୍ଟ୍ରାଇକ୍ କରିଥିବା ନିଜେ ନେଇ ସୂଚନା ଦେଇଛି।

ମିଳିଥିବା ଖବର ଅନୁସାରେ, ମଙ୍ଗଳବାର ସାଗାଇଙ୍ଗ ରାଜ୍ୟର କାନବୁଲ ଟାଉନ ପିଜିଗି ଗାଁରେ ସେନା ଶାସନକୁ ବିରୋଧ କରି କିଛି ଲୋକ ମେଳି ବାନ୍ଧିଥିଲେ। ସକାଳ ୮ଟା ସମୟରେ ପାଖାପାଖି ୧୫୦ ଲୋକେ ରୁଣ୍ଡ ହୋଇଥିଲେ। ଏହି ସମୟରେ ଏକ ଫାଇଟର ଜେଟ୍ ଆସି ମେଳି ବାନ୍ଧିଥିବା ଲୋକଙ୍କ ଉପରେ ବୋମା ମାଡ଼ କରିଥିଲା। ଫଳରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ପାଖାପାଖି ୨୦-୩୦ ମହିଳା ଓ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣେ ପ୍ରତ୍ୟକ୍ଷ ଦର୍ଶୀ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଫ୍‌ପିକୁ ସୂଚନା ଦେଇଛନ୍ତି।

ଏକାଠୀ ହୋଇଥିବା ଲୋକମାନେ ସେନା ଶାସନ ବିରୋଧରେ ବିଦ୍ରୋହ କରିବାକୁ ଏକ ସଶସ୍ତ୍ର  ସେନାର ଗଠନ କରୁଥିବା ଜାଣିବା ପରେ ମିଆଁମାର ସେନା ଏହି ଆକ୍ରମଣ କରିଥିଲା। ପ୍ରକୃତ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇ ନଥିବା ବେଳେ ପାଖାପାଖି ୧୦୦ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।

ମଙ୍ଗଳବାର ରାତିରେ ମିଆଁମାର ସେନା ଜୁଣ୍ଟା ବି ଏୟାର ଷ୍ଟ୍ରାଇକ୍ କରିଥିବା ସୂଚନା ଦେଇଛି। ଆମେ ଉକ୍ତ ସ୍ଥାନ ଉପରେ ଆକ୍ରମଣ କରିଛୁ ବୋଲି ସେନା ପ୍ରବକ୍ତା କହିଛନ୍ତି। ସେ କହିଛନ୍ତି ଯେ ପାଜିଗି ଗାଁରେ ସକାଳ ୮ଟାରେ ପିପୁଲ୍ସ ଡିଫେନ୍ସ ଫୋର୍ସ ଉଦ୍‌ଘାଟନ ଉତ୍ସବ ଚାଲୁଥିଲା। ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ସମସ୍ତେ ସେନା ବିରୋଧୀ ଥିଲେ। କିଛି ସାଧାରଣ ପୋଷାକରେ ଥିଲେ ବୋଲି ମିଆଁମାର ସେନା ପ୍ରବକ୍ତା କହିଛନ୍ତି। ଏଥିସହିତ ପିପୁଲ୍ସ ଡିଫେନ୍ସ ଫୋର୍ସ ବୋମା ବିଛାଇ ରଖିଥିଲା ବୋଲି ଜୁଣ୍ଟା ଅଭିଯୋଗ କରିଛି।

ସୂଚନା ଥାଉକି ପିପୁଲ୍ସ ଡିଫେନ୍ସ ଫୋର୍ସ ହେଉଛି ମିଆଁମାର ସେନା ଜୁଣ୍ଟାକୁ ବିରୋଧ କରୁଥିବା ସଶସ୍ତ୍ର ସଂଗଠନ। ମିଆଁମାରରେ ୨୦୨୧ ଫେବ୍ରୁଆରୀରେ ଆଙ୍ଗ ସାନ ସୂଚୀଙ୍କ ଗଣତାନ୍ତ୍ରୀକ ସରକାରକୁ ସେନା ଗାଦିରୁ ବେଦଖଲ କରିଥିଲା। ଏହାପରେ ଏହି ସଂଗଠନ ମିଆଁମାରର କୋଣ ଅନୁକୋଣରେ ସଂଗଠିତ ହୋଇଛି। ସାମରିକ ଶାସନକୁ ବିରୋଧ କରୁଛି। ଆଉ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ହତ୍ୟା କରୁଛି ମିଆଁମାର ସେନା। ପାଖାପାଖି ୩ ହଜାର ଲୋକଙ୍କୁ ସେନା ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ସାଧାରଣ ଲୋକଙ୍କ ଉପରେ ଏଭଳି ଆକ୍ରମଣକୁ ନିନ୍ଦା କରିଛି ଜାତିସଂଘ। ଏଥିପାଇଁ ଦାୟୀ ଲୋକଙ୍କୁ ତୁରନ୍ତ ଗରିଫ କରିବାକୁ ଜାତିସଂଘ ସଚିବ ଆଣ୍ଟୋନିଓ ଗୁତରେଶ କହିଛନ୍ତି। ଅନ୍ୟପଟେ ମିଆଁମାର ସେନା ଅଭିଯୋଗକୁ ଖଣ୍ଡନ କରିବା ସହ ଆତଙ୍କବାଦୀ ବିରୋଧର ଲଢେଇ ଜାରି ରହିଛି ବୋଲି କହିଛି।

Leave A Reply

Your email address will not be published.