Latest Odisha News

[ଦେଖନ୍ତୁ ଭିଡିଓ] ଆକାଶରୁ ଖସୁଛି ରହସ୍ୟମୟ ମେଟାଲ୍ ବଲ୍

ଗୁଜରାଟ  : ଆମ ଚାରିପଟେ ପ୍ରତିଦିନ କିଛି କିଛି ଘଟଣା ଘଟିଚାଲିଛି । ବିଭିନ୍ନ ରହସ୍ୟମୟ ଆଉ ବିସ୍ମୟକର ଘଟଣା ଘଟିବା କିଛି ସାଧାରଣ ନୁହେଁ। ହେଲେ ଏମିତି କିଛି ସମୟରେ ହଠାତ୍ କିଛି ଘଟଣା ସାମନାକୁ ଆସିଯାଏ ଯାହାର ରହସ୍ୟ ଜାଣିବା ସହଜ ନୁହେଁ।

ଏମିତି ଏକ ଘଟଣା ଘଟିଛି ଗୁଜରାଟରେ । ଆକାଶରୁ କିଛି ରହସ୍ୟମୟୀ ବସ୍ତୁ ଖସୁଥିବା ବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ଏହା କୌଣସି ଧାତୁ କି କଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗୁଜରାଟର ସୁନ୍ଦରନଗର ଜିଲ୍ଲାର ସାୟେଲା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବେଳେବେଳେ ଗୋଟିଏ ଲେଖାଏଁ ରହସ୍ୟମୟୀ ବସ୍ତୁ ଆକାଶରୁ ଖସୁଥିବା ବେଳେ ବେଳେ ଏକାଧିକ ବସ୍ତୁ ସାଙ୍ଗରେ ଖସୁଛି । ଗ୍ରାମବାସୀ ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଗତ ତିନି ଦିନ ଧରି ନିୟମିତ ଭାବରେ ଏହି ଘଟଣା ଘଟୁଛି ।

ପୂର୍ବରୁ ଖେଡା ଜିଲ୍ଲାର ଉମରେଥ୍ ଏବଂ ନାଡିଆଡ୍ ଜିଲ୍ଲାରେ ଏଭଳି ଘଟଣା ଘଟିଥିଲା । ସିଲ୍ଭର ଏବଂ କଳା ରଙ୍ଗର ରହସ୍ୟମୟୀ ବସ୍ତୁ ତଳକୁ ଖସିଥିବା ବେଳେ ଏହାର ବାସ୍ତବ କାରଣ ଜଣାପଡିନାହିଁ ।

 

Leave A Reply

Your email address will not be published.