Latest Odisha News

BREAKING NEWS

ଦିବ୍ୟାଙ୍ଗଙ୍କୁ ଫ୍ଲାଇଟ ବାରଣ: ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଞ୍ଚି ଏୟାରପୋର୍ଟରେ ଦିବ୍ୟାଙ୍ଗ ବାଳକକୁ ଇଣ୍ଡିଗୋ ଫ୍ଲାଇଟ ଯାତ୍ରାରୁ ବିରତ କରିବା ଘଟଣାରେ ବିମାନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଡିଜିସିଏ । ଆସନ୍ତା ଦଶ ଦିନ ମଧ୍ୟରେ ଏହି ଅସଭ୍ୟ ବ୍ୟବହାର ଘଟଣାର କାରଣ ଲିଖିତ ଭାବେ ଜଣାଇବାକୁ ସୋମବାର ଡିଜିସିଏ ନିର୍ଦ୍ଦେଶ ଦେଇଛି ।

ଘଟଣାର ଦିନକ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ବ୍ୟକ୍ତିଗତ ଭାବେ ଏକ ତଦନ୍ତ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଟ୍ୱିଟରରେ ଉଲ୍ଲେଖ କରିଥିଲେ ।

ସୋମବାର ଇଣ୍ଡିଗୋକୁ ଏହି କାରଣ ଦର୍ଶାଅ ନୋଟିସ୍ ମିଳିବା ପରେ, ଏହାର ପ୍ରତିକ୍ରିୟା ରଖିଛି କମ୍ପାନୀ । ଡିଜିସିଏ ରୁ ଏଭଳି କାରଣ ଦର୍ଶାଅ ନୋଟିସ୍ ଆସିଛି । ଏବଂ ଠିକ୍ ସମୟ ଭିତରେ ଏହାର ଉତ୍ତୀ ଦିଆଯିବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଇଣ୍ଡିଗୋ ନିଜ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ଦର୍ଶାଇ କଡ଼ା ସମାଲୋଚନାର ଶିକାର ହୋଇଥିଲା । ଅତି ଜଟିଳ ପରିସ୍ଥିତିରେ ଇଣ୍ଡିଗୋ କର୍ମଚାରୀ ସର୍ବୋତ୍ତମ ପଦକ୍ଷେପ ନେଇଛନ୍ତି ବୋଲି ସିଇଓ ରନୋଜୟ ଦତ୍ତ କହିଥିଲେ ।

Leave A Reply

Your email address will not be published.