Latest Odisha News

ଚୀନରୁ ମିଳିଲା ଅଦ୍ଭୁତ ଜୀବାଶ୍ମ: ଶରୀର ପକ୍ଷୀ ପରି, ମୁଣ୍ଡ ଡାଇନୋସର ସଦୃଶ

ବେଜିଂ: ଯଦି ମଣିଷର ବଂଶଜ ମାଙ୍କଡ ହୁଏ ତେବେ ସମସ୍ତ ପକ୍ଷୀ ଡାଇନୋସର ପରିବାରର କି ? ପ୍ରାଣୀବିଜ୍ଞାନୀ ମାନେ ଏହି ପ୍ରଶ୍ନର ଉତର ଖୋଜୁଛନ୍ତି । ଏହା ମଧ୍ୟରେ ୧୨ କୋଟି ବର୍ଷ ତଳର ଏକ ଜୀବାଶ୍ମ ସେମାନଙ୍କୁ ପୁନର୍ବାର ଚିନ୍ତାରେ ପକାଇ ଦେଇଛି । ଚୀନରେ ମିଳିଥିବା ଏହି ଜୀବାଶ୍ମକୁ ଅନୁଧ୍ୟାନ କଲେ ଏହାର ଶରୀର ପକ୍ଷୀ ପରି ଓ ମୁଣ୍ଡ ଡାଇନୋସର ସଦୃଶ ରହିଛି । ବୈଜ୍ଞାନିକମାନେ ଏହାର ନାମ କ୍ରେଟୋନାଭିସଝୁଇ ନାମ ଦେଇଛନ୍ତି । ଏହି ଜୀବାଶ୍ମର କାନ୍ଧର ହାଡ ଆଶ୍ଚର୍ଯ୍ୟଜନକ ରୂପେ ଲମ୍ବା ରହିଛି । ଯାହାକି ଅନ୍ୟ ପକ୍ଷୀ ପ୍ରଜାତିଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପକ୍ଷୀମାନଙ୍କ ଇଭୋଲୋଶନାରୀ କ୍ରମ ଅନୁସାରେ ଏହା ଆକ୍ରିୟୋପେଟେରିକ୍ସ ଓ ଅର୍ନିଥୋଥୋରେସ ସରୀସୃପ ମଧ୍ୟରେ ଥିବା କୌଣସି ଏକ ଶ୍ରେଣୀରେ ରହିଥିବ ।

କମ୍ପ୍ୟୁଟର ମାଧ୍ୟରେ ବୈଜ୍ଞାନିକମାନେ ଏହି ଜୀବାଶ୍ମ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଉଦ୍ୟମ କରିଥିଲେ । ହାଇ ରିଜୋଲ୍ୟୁଶନ ସିଟି ସ୍କାନିଂର ବ୍ୟବହାର ପରେ ସେମାନଙ୍କ ହାତରେ କିଛି ତଥ୍ୟ ଲାଗିଥିଲା । ପଥର ରୂପରେ ଥିବା ଜୀବାଶ୍ମର ହାଡଗୁଡିକୁ ନେଇ ଆନୁମାନିକ ମୂଳ ରୂପ ଦିଆଯାଇଥିଲା । ଏହାର ମସ୍ତିଷ୍କ ଡାଇନୋସରର ଟି ରେକ୍ସ ଭଳି ହୋଇଥିଲା । ଏହି ନୂତନ ପ୍ରଜାତିର ଜୀବାଶ୍ମକୁ ନେଇ ଗବେଷଣା ଚାଲିଛି । ଆଉ କିଛି ଦିନ ମଧ୍ୟରେ ଏହାର ରହସ୍ୟ ଉଜାଗର ହେବ ବୋଲି ଆଶା କରାଯାଉଛି ।

Comments are closed.