Latest Odisha News

BREAKING NEWS

ଅଜଣା ରୋଗକୁ ପିଶାଚର କୋପ ଭାବି ଗ୍ରାମବାସୀ ନିଜକୁ ନିଜେ କଲେ ଲକଡାଉନ

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଭେନେଲାବଲାସା ଅଂଚଳରେ ଏବେ କୋକୁଆ ଭୟ ଖେଳି ଯାଇଛି । ଏଠାରେ କିଛି ଲୋକଙ୍କୁ ହଠାତ ଜ୍ୱର ଆସିବା ପରେ ମୃତ୍ୟୁ ଘଟିଥିଲା । ଏହାକୁ ପିଶାଚର କୋପ ଭାବି ଗ୍ରାମବାସୀମାନେ ନିଜକୁ ନିଜେ ଲକଡାଉନ କରିଛନ୍ତି । ଗ୍ରାମ ବାହାରକୁ କେହି ଯାଇପାରିବେନି କି ଆସିପାରିବେନି । ଓଡିଶା ଏବଂ ବିଜୟନଗରର ପୂଜାରୀଙ୍କ ପରାମର୍ଶ କ୍ରମେ ସେମାନେ ଏହି ନିୟମ ପାଳନ କରୁଛନ୍ତି । ୨୫ ଏପ୍ରିଲ ପର୍ଯ୍ୟନ୍ତ ଏହାକୁ ମାନିବାକୁ ବାଧ୍ୟ କରାଯାଇଛି ।

ଏଥିରେ ପ୍ରଶାସନର କୌଣସି ଭୂମିକା ନାହିଁ । ଗ୍ରାମ ଚାରିପଟେ ବାଡ ବାନ୍ଧି ବନ୍ଦ କରି ଦିଆଯିବା ସହ ଲେମ୍ବୁ ଲଗାଯାଇଛି । ଏହା ଦ୍ୱାରା ପିଶାଚ ଭୟରେ ପଳାଇ ଯିବ ବୋଲି ସେମାନଙ୍କ ଅନ୍ଧ ବିଶ୍ୱାସ ରହିଛି । ଏହି ଗ୍ରାମର ସୀମା ଓଡିଶାକୁ ମଧ୍ୟ ଲାଗିଛି । ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

Comments are closed.