Latest Odisha News

BREAKING NEWS

ଶତାଧିକ ବର୍ଷର ରହସ୍ୟମୟ ଶିବ ଲିଙ୍ଗ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ରହସ୍ୟମୟ ମନ୍ଦିର ଓ ମୂର୍ତ୍ତି ରହିଛି । ଏଭଳି ଏକ ରହସ୍ୟମୟ ଶିବଲିଙ୍ଗ ରହିଛି ଆୟରଲ୍ୟାଣ୍ଡରେ । ଯାହାକୁ ନଷ୍ଟ କରିବା ପାଇଁ ଲୋକମାେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ଗତ କିଛି ବର୍ଷ ହେବ ଆୟରଲ୍ୟାଣ୍ଡ ଶିବଲିଙ୍ଗକୁ କ୍ଷତି କରିବାକୁ ଚେଷ୍ଟା କରାଯାଇଥିଲା । ଜୁନ ୨୦୧୨ରେ ଜଣେ ଏହି ଶିବଲିଙ୍ଗ ଉପରେ ୧୧ ଥର ଆକ୍ରମଣ କରିଥିଲେ । ୨୦୧୪ରେ କେହି ଜଣେ ଲାଲ ଓ ସବୁଜ ରଙ୍ଗ ପକାଇ ଏହି ଲିଙ୍ଗକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ହେଲେ ତାହା ସମ୍ଭବ ହୋଇନଥିଲା ।

ପୂର୍ବରୁ ମଧ୍ୟ ସାରା ଦୁନିଆରେ ଶିବଙ୍କୁ ପୂଜା କରାଯିବାର ପ୍ରଚଳନ ଥିଲା । ଏହି କଥାର ହଜାର ହଜାର ପ୍ରମାଣ ରହିଛି । କୁହାଯାଉଛି ଯେ, ଏହି ଚମକ୍ରାରୀ ଶକ୍ତି ଥିବା ଶିବଲିଙ୍ଗକୁ ଶହ ଶହ ବର୍ଷ ପୂର୍ବେ ଆୟରଲ୍ୟାଣ୍ଡର କାଉଣ୍ଟି ମିଥରେ ତାହା ହିଲ ଅଞ୍ଚଳରେ ସ୍ଥାପିତ କରାଯାଇଥିଲା । ସେଠାକାର ଲୋକମାନେ ଏହି ଲିଙ୍ଗକୁ ଏକ ରହସ୍ୟମୟ ପଥର ବୋଲି ମାନନ୍ତି ଓ ପୂଜା କରୁଥିଲେ ।

ଫ୍ରାନ୍ସ ଭିକ୍ଷୁଙ୍କ ଏକ ପ୍ରଚୀନ ଦସ୍ତାବିଜ ‘ଦ ମାଇନର୍ସ ଅଫ୍ ଦ ଫୋର୍ ମାଷ୍ଟର୍ସ’ ଅନୁସାରେ ତୁଥା ଡି ଦେନନ ଏହାର ସ୍ଥାପନା କରିଥିଲେ । ଏହି ଦସ୍ତାବିଜକୁ ୧୬-୩୨-୧୬୩୬ରେ ଲେଖାଯାଇଥିଲା । ଏହି ପଥର ଏତେ ଖାସ ପଥର ଥିଲା ଯେ, ଏହାକୁ ୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସମସ୍ତ ଇଂରେଜ ରାଜାଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବହୃତ ହୋଇଥିଲା ।

ଦେବୀ ଦାନୁ ୟୁରୋପୀୟ ପରମ୍ପରାର ଏକ ନଦୀ ଦେବୀ ଥିଲେ। ଏଥିରେ ବହୁ ନଦୀ ମଧ୍ୟ ଯୋଡି ହୋଇ ରହିଥିଲା। କିଛି ଆୟରିଶ ଗ୍ରନ୍ଥରେ ଦାନୁ ଦେବୀଙ୍କ ବାପାଙ୍କୁ ସବୁଠାରୁ ଭଲ ଭଗବାନ ବୋଲି କୁହାଯାଏ। ବୈଦିକ ପରମ୍ପରା ଅନୁସାରେ, ଦାନୁ ଦେବୀଙ୍କ ଆଲୋଚନା କରାଯାଇଥିଲା। ଦାନୁ ଦେବୀ ଦକ୍ଷଙ୍କ ଝିଅ ଓ କଶ୍ୟପ ମୁନିଙ୍କ ପତ୍ନୀ ଥିଲେ, ଯିଏକି ନଦୀଙ୍କର ଦେବୀ ଥିଲେ। ସଂସ୍କୃତରେ ଦାନୁ ଶବ୍ଦର ଅର୍ଥ ବୋହୁଥିବା ପାଣି। ଦକ୍ଷଙ୍କ ଦୁଇଟି ଝିଅ ଥିଲେ, ଦ୍ବିତୀୟ ଝିଅର ସତୀଙ୍କ ବିବାହ ଭଗବାନ ଶିବଙ୍କ ସହିତ ହୋଇଥିଲା। ବୈଦିକ ପରମ୍ପରାକୁ ମାନୁଥିବା ଲୋକଙ୍କ ପାଇଁ ଲିଆ ଫେଲ ନାମ ଶିବ ଲିଙ୍ଗ ସହିତ ବହୁତ ମେଳ ଖାଇଥାଏ।

Comments are closed, but trackbacks and pingbacks are open.