Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା

ସିଡନୀ: ଅଷ୍ଟ୍ରେଲିଆ ସମୂଦ୍ରକୂଳରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା ବୋଲି ଜଣାପଡିଛି । ତଦନ୍ତ ପରେ ଅଧିକାରୀମାନେ ଏହା ରକେଟର ଅଂଶ ବୋଲି ସ୍ପଷ୍ଟ କରିଛନ୍ତି । ଜୁଲାଇ ମଧ୍ୟଭାଗରେ ଜୁରିଅନ ବେ ନିକଟରେ ରକେଟର ଏହି ଅଂଶ ଦେଖିବାକୁ ମିଳିଥିଲା । ଉକ୍ତ ବସ୍ତୁକୁ ପୋଲିସ ସୁରକ୍ଷା ସହକାରେ ରଖିଥିଲା । ଅଷ୍ଟ୍ରେଲୀୟ ସ୍ପେଶ ଏଜେନ୍ସି କହିଛନ୍ତି ଯେ, ପୋଲାର ସାଟେଲାଇଟ ଲଂଚ ଯାନର ଏହା ଆବର୍ଜନା ବୋଲି କହିଥିଲା । ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ ଏହି ଭଳି ଲିଫ୍ଟ ପ୍ରକ୍ଷେପଣ ଯାନ ଚଳାଇଥାଏ ।

ଉଭୟ ଦେଶର ଅଧିକାରୀ ଏ ନେଇ ତଦନ୍ତ କରିବା ପରେ ଏହା ରକେଟର ଆବର୍ଜନା ବୋଲି ନିଶ୍ଚିତ ହୋଇଛନ୍ତି । ଖୁବ ଶୀଘ୍ର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି କୁହାଯାଇଛି । ପ୍ରଥମେ ଯେତେବେଳେ ଏହି ଆବର୍ଜନା ମିଳିଥିଲା ସେତେବେଳେ ସ୍ଥାନୀୟ ଲୋକ ଏହାର ଫଟୋ ଉଠାଇବା ପାଇଁ ଗହଳି କରିଥିଲେ । ଶେଷରେ ପୋଲିସ ଏହାକୁ କର୍ଡନ କରି ଜଗି ରହିଥିଲା ।

Comments are closed.