Latest Odisha News

ବଢ଼ିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ ଲାଗି ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି  । ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନରେ ଶେଷ ତାରିଖ ମେ ୩୧ ରହିଥିଲା  । ତାହାକୁ ଜୁନ ୧୫ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ଓଜେଇଇ କର୍ତ୍ତୃପକ୍ଷ  । ସେହିଭଳି ଫି ଦାଖଲ ଅବଧିକୁ ମଧ୍ୟ ଜୁନ ୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି  ।

ଅନ୍ୟପଟେ ଏମବିଏ. ଏମସିଏ, ଡିପ୍ଲୋମା, ବି.ଫାର୍ମ, ଏମ. ଫାର୍ମ, ବି.ଆର୍କ, ଏମ. ଆର୍କ, ଏମବିଏ ଲାଟେରାଲ ଏଣ୍ଟ୍ରି ଓ ଏମସିଏ ଲାଟେରାଲ ଏଣ୍ଟ୍ରି ପାଇଁ ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି  । ଏହିସବୁ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଇଚ୍ଛୁକ ଛାତ୍ରଛାତ୍ରୀ ଜୁନ ୭ ପର୍ଯ୍ୟନ୍ତ ଆବେଦନ କରିପାରିବେ  । ଆଉ ଜୁନ ୧୦ ସୁଦ୍ଧା ଫି ମଧ୍ୟ ଦାଖଲ କରିପାରିବେ ବୋଲି ସୂଚନା ଦେଇଛନ୍ତି ଓଜେଇଇ କର୍ତ୍ତୃପକ୍ଷ  । ତେବେ ପରୀକ୍ଷା ତାରିଖ ଓ ଆଡମିଟ କାର୍ଡ ଡାଉନଲୋଡ୍ ବାବଦରେ ଏଯାଏଁ କୌଣସି ନିଷ୍ପତ୍ତି ହୋଇନି  । ଏନେଇ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି  ।

Leave A Reply

Your email address will not be published.