Latest Odisha News

BREAKING NEWS

ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ନିଆଯିବ ଗୁଜରାଟ, ଜାଣନ୍ତୁ କେମିତି ହୁଏ ପରୀକ୍ଷା…

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ । ଏଥିପାଇଁ ଗୋପାଳ ରାଜି ହୋଇଥିବା ବେଳେ କୋର୍ଟ ବି ଦେଇଛନ୍ତି ଅନୁମତି । ନାର୍କୋ ଟେଷ୍ଟ ସହ ଗୋପାଳର ପଲିଗ୍ରାଫ ଟେଷ୍ଟ ହେବ । ଏଥିସହ କ୍ରାଇମବ୍ରାଞ୍ଚ ଗୋପାଳକୁ ଆଉ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ ।

ଏଥିସହ ପଢ଼ନ୍ତୁ: ଗୋପାଳର ହେବ ନାର୍କୋ ଟେଷ୍ଟ, ମିଳିଲା ୫ ଦିନିଆ ରିମାଣ୍ଡ ଅନୁମତି

ଗୋପାଳ ଦାସର ନାର୍କୋ ଟେଷ୍ଟ ଗୁଜରାଟର ଗାନ୍ଧୀ ନଗରରେ କରାଯିବ ବୋଲି ଜଣାପଡ଼ିଛି । ବିଭିନ୍ନ ସମୟରେ ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତକାରୀ ସଂସ୍ଥା ନାର୍କୋ ଟେଷ୍ଟ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ନାର୍କୋ ଟେଷ୍ଟ କେମିତି ହୁଏ ?

ନାର୍କୋ ଟେଷ୍ଟ କ’ଣ ?

ନାର୍କୋ ଟେଷ୍ଟକୁ ନାର୍କୋଆନାଲିସିସ୍ ମଧ୍ୟ କୁହାଯାଏ । ଏହି ଟେଷ୍ଟ ସମୟରେ ବ୍ୟକ୍ତି ଜଣଙ୍କ ଶରୀରରେ ସୋଡିୟମ୍ ପେଣ୍ଟୋଥାଲ୍ ଇଞ୍ଜେକ୍ସନ୍ ଦିଆଯାଏ । ଯାହାକୁ ‘ଟ୍ରୁଥ୍ ସେରମ୍’ ମଧ୍ୟ କୁହନ୍ତି । ଏହାଦ୍ୱାରା ନିଜ ଉପରେ ବ୍ୟକ୍ତିର ମାନସିକ ନିୟନ୍ତ୍ରଣ ରହି ନଥାଏ । ବିଶ୍ୱାସ କରାଯାଏ, ଇଞ୍ଜେକ୍ସନ୍ ଦିଆଯିବା ଦ୍ୱାରା ବ୍ୟକ୍ତି ଜଣଙ୍କ ମିଛ କହିବାକୁ ଅକ୍ଷମ ହୋଇଯାଏ ।

କିନ୍ତୁ ଆମ ଦେଶରେ ନାର୍କୋ ଟେଷ୍ଟ ରିପୋର୍ଟକୁ କୋର୍ଟରେ ପ୍ରାଥମିକ ପ୍ରମାଣ ଭାବେ ଗ୍ରହଣ କରାଯାଏ ନାହିଁ ।

ପଲିଗ୍ରାଫ୍ ଟେଷ୍ଟ କ’ଣ ?

ସେହିଭଳି ବ୍ୟକ୍ତିର ମାନସିକ ସ୍ଥିତିର ପରୀକ୍ଷା ଲାଗି ହୋଇଥାଏ ପଲିଗ୍ରାଫ୍ ଟେଷ୍ଟ । ତେବେ ଏହି ଟେଷ୍ଟରେ କୌଣସି ଇଞ୍ଜେକ୍ସନ ଦିଆଯାଇ ନଥାଏ । ଇଞ୍ଜେକ୍ସନ ପରିବର୍ତ୍ତେ ବ୍ୟକ୍ତିର ରକ୍ତଚାପ, ପଲ୍ସ ରେଟ୍, ରକ୍ତ ପ୍ରବାହ, ନିଶ୍ୱାସ ପ୍ରଶ୍ୱାସ, ଝାଳ ବୋହିବାକୁ ନିରୀକ୍ଷଣ କରାଯାଏ । ସେ ମିଛ ନା ସତ କହୁଛି ଜାଣିବା ଲାଗି ପ୍ରତିଟି ପ୍ରତିକ୍ରିୟାକୁ ସଂଖ୍ୟା ମାଧ୍ୟମରେ ଗଣନା କରାଯାଏ ।

Leave A Reply

Your email address will not be published.