ଭୁବନେଶ୍ୱର/ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡର ୩ ସପ୍ତାହ ପରେ ବି ଜଣାପଡ଼ୁନି କାହିଁକି ଗୁଳି କଲା ଗୋପାଳ ? ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ କିଛି ବି ଗୁମର ଖୋଲୁନି । ଦିନ ଗଡ଼ି ଚାଲିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଝାରସୁଗୁଡ଼ାବାସୀ । କହିଛନ୍ତି, କ୍ରାଇମବ୍ରାଞ୍ଚ କୌଣସି ଏକ ବଡ଼ ସତକୁ ଲୁଚାଇବାକୁ ଚେଷ୍ଟା କରୁଛି, ହତ୍ୟାର ହେଉ ସିବିଆଇ ତଦନ୍ତ ।
ଖାଲି ଜନତା କାହିଁକି ବିରୋଧୀ ଦଳ ବି କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବଙ୍କ ଝିଅ ଦୀପାଳି କହିଛନ୍ତି, ହତ୍ୟାକୁ ନେଇ ନେଇ କୌଣସି ରାଜନୀତି ନ ହେଉ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଓ ମୋ ପରିବାରର ଆଶା ଅଛି, ନ୍ୟାୟ ମିଳିବ ।
ନବଙ୍କୁ ଗୁଳି ପରେ ଗୋପାଳକୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଇତି ମଧ୍ୟରେ ଗୋପାଳର ନାର୍କୋ ସହ ପଲିଗ୍ରାଫ୍ ଟେଷ୍ଟ ବି କରାଯାଇଛି । ହତ୍ୟା ପରେ ଗୋପାଳ ମନରେ ସାମାନ୍ୟ ଅନୁଶୋଚନା ନଥିବା ବେଳେ ସେ ହସୁଛି ।
Comments are closed.