ଉମରକୋଟ: ଅମାନିଆ ଦୋକାନୀ ଓ ଗ୍ର।ହକଙ୍କୁ ସାବାର୍ଡ କରିବାକୁ କଡା ଯାଞ୍ଚ କରୁଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଆଜି କୋଭିଡ ନିୟମ ଉଲ୍ଲଙ୍ଘନରେ ଉମରକୋଟ ସହରର ୭ଟି ଦୋକାନକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଏହାସହ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଆଜି ଜିଲ୍ଲାପାଳ ଡକ୍ଟର ଅଜିତ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସହରର ବଞ୍ଜ ମଣ୍ଡପ ଛକ ଠାରୁ ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବୁଲି ବୁଲି ଦୋକାନ ଓ ବ୍ୟାଙ୍କକୁ ଯାଇ ଯାଞ୍ଚ୍ କରିଥିଲେ । ଜିଲ୍ଲାପାଳଙ୍କ ସହ ପୁଲିସ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସ।ହାଇ ମିନା, ଉପ ଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ଡକ୍ଟର ହିମାଚଳ ମାଝୀ, ଏସଡିପିଓ ଦିନେଶ କୁମାର ନାୟକ, ଆଇଆଇସି ନରେଶ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ, ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ମ।ସ୍କ ବ୍ୟବହାର ହେଉଛି କି ନାହିଁ, ସାମାଜିକ ଦୂରତା ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିଥିଲେ ଜିଲ୍ଲାପାଳ । କିଛି ତ୍ରୁଟି ପରିଲକ୍ଷିତ ହେଉଥିବା ଦେଖି ସଙ୍ଗେ ସଙ୍ଗେ ତାଗିଦ ମଧ୍ୟ କରିଛନ୍ତି । ଦୋକାନୀଙ୍କୁ ଦୋକାନ ସମ୍ମୁଖରେ ଦୌଡ଼ି ବାନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦେଖି ଦୋକାନୀ, ଗ୍ରାହକ ଓ ସାଧାରଣ ଜନତା ଆଗକୁ ଅଧିକ ସଜାଗ ହୋଇଯିବେ ବୋଲି ଆଶା କରାଯାଉଛି । ସେପଟେ ଉମରକୋଟ ପୋଲିସ ମଧ୍ୟ କଡାକଡି ମ।ସ୍କ୍ ଚେକିଂ ଜାରି ରଖିଛି ।
Comments are closed.