ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ମହିଳା ମାଓବାଦୀ ଜଣକ ହେଲେ ଉଙ୍ଗା ମାଣ୍ଡଭି ଓରଫ ଅନୀତା ଓ ସହଯୋଗୀ ହେଲେ ମଙ୍ଗଳ ବାଗ । ଆଜି ଭୋର ୫ଟା ସମୟରେ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ରାଜେଶ ପଣ୍ଡିତ ପ୍ରକାଶ କରିଛନ୍ତି । ।
ଉଙ୍ଗାଙ୍କ ଘର ଛତିଶଗଡ଼ ସୁକୁମାରେ । ସେ ନୂଆପଡ଼ା ମେନପୁର ଡିଭିଜନ ଏରିଆ କମିଟିର ସଦସ୍ୟ ଅଛନ୍ତି । ଗତ ୧୦ ବର୍ଷ ହେଲା ମାଓବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି ଉମା । ଉଭୟେ ରାଇଘର ବ୍ଲକ ହାତୀଗାଁ ରିଜର୍ଭ ଫରେଷ୍ଟରେ ବୁଲୁଥିବା ବେଳେ ତାଙ୍କୁ ସର୍ଚ୍ଚ ଅପରେସନ୍ ସମୟରେ ପୋଲିସ ଧରିଥିଲା । ଉଙ୍ଗା ଦୀର୍ଘଦିନ ଧରି ଅସୁସ୍ଥ ଥିବା ହେତୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୋଲିସ ଖବର ପାଇଥିଲା । ତେଣୁ ତାଙ୍କୁ ଧରିବା ଲାଗି ଜାଲ ବିଛାଇଥିଲା । ବିଭିନ୍ନ ଥାନାରେ ଉଙ୍ଗାଙ୍କ ନାଆଁରେ ବହୁ ମାମଲା ରହିଛି । ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଗତିବିଧିରେ ତାଙ୍କର ସକ୍ରିୟ ଭୂମିକା ଥିବା ଜଣାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
BREAKING NEWS
- ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେଲେ ହାର୍ଦ୍ଦିକ
- Terror attack at Sydney:ଇହୁଦୀ ପର୍ବ ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ; ଭାରତ ଦୃଢ଼ ନିନ୍ଦା କରିବା ସହ…
- Messi’s ‘Messy’ Event: କୋଲକାତା ଷ୍ଟାଡିୟମରେ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆୟୋଜକ ବନ୍ଧା…
- ୧୯ ବର୍ଷରୁ କମ ଏସିଆ କପ: ପାକିସ୍ତାନକୁ ହରାଇଲା ଭାରତ
- କାର ଓ ୨୦ ଲକ୍ଷ ଦାବି କଲେ ବର; ମଣ୍ଡପରୁ ଉଠିଗଲେ କନ୍ୟା…
- ଖୁସି ଖବର ଦେଲେ ସବ୍ୟସାଚୀ ଓ ଅର୍ଚ୍ଚିତା…
- Nitin Nabin appointed: ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
- ନୂଆ ଶ୍ରମ କୋଡକୁ ନେଇ JSW ଷ୍ଟିଲର ସଚେତନତା କାର୍ଯ୍ୟକ୍ରମ…
- Minister S. Jaishankar: ବ୍ରିଟେନ ସମେତ ୟୁରୋପୀୟ ଦେଶର ନେତାଙ୍କ ସହ ସାକ୍ଷାତ କଲେ ଜୟଶଙ୍କର; ଏହି ପ୍ରସଙ୍ଗରେ…
- ନିଜ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ
Comments are closed.