ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ମହିଳା ମାଓବାଦୀ ଜଣକ ହେଲେ ଉଙ୍ଗା ମାଣ୍ଡଭି ଓରଫ ଅନୀତା ଓ ସହଯୋଗୀ ହେଲେ ମଙ୍ଗଳ ବାଗ । ଆଜି ଭୋର ୫ଟା ସମୟରେ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ରାଜେଶ ପଣ୍ଡିତ ପ୍ରକାଶ କରିଛନ୍ତି । ।
ଉଙ୍ଗାଙ୍କ ଘର ଛତିଶଗଡ଼ ସୁକୁମାରେ । ସେ ନୂଆପଡ଼ା ମେନପୁର ଡିଭିଜନ ଏରିଆ କମିଟିର ସଦସ୍ୟ ଅଛନ୍ତି । ଗତ ୧୦ ବର୍ଷ ହେଲା ମାଓବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି ଉମା । ଉଭୟେ ରାଇଘର ବ୍ଲକ ହାତୀଗାଁ ରିଜର୍ଭ ଫରେଷ୍ଟରେ ବୁଲୁଥିବା ବେଳେ ତାଙ୍କୁ ସର୍ଚ୍ଚ ଅପରେସନ୍ ସମୟରେ ପୋଲିସ ଧରିଥିଲା । ଉଙ୍ଗା ଦୀର୍ଘଦିନ ଧରି ଅସୁସ୍ଥ ଥିବା ହେତୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୋଲିସ ଖବର ପାଇଥିଲା । ତେଣୁ ତାଙ୍କୁ ଧରିବା ଲାଗି ଜାଲ ବିଛାଇଥିଲା । ବିଭିନ୍ନ ଥାନାରେ ଉଙ୍ଗାଙ୍କ ନାଆଁରେ ବହୁ ମାମଲା ରହିଛି । ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଗତିବିଧିରେ ତାଙ୍କର ସକ୍ରିୟ ଭୂମିକା ଥିବା ଜଣାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
BREAKING NEWS
- Triple Murder Accused Arrested: ଦେବଗଡ଼ ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ଘଟଣା; ଅଭିଯୁକ୍ତ ଗିରଫ
- Chapter on India Women Cricketer: ପାଠ ବହିରେ ଛାତ୍ରଛାତ୍ରୀମାନେ ପଢ଼ିବେ ଏହି ଭାରତୀୟ ମହିଳା କ୍ରିକେଟରଙ୍କ କାହାଣୀ…ପଞ୍ଚମ ଶ୍ରେଣୀ ବହିରେ ଯୋଡି ହେଲା ଅଧ୍ୟାୟ
- ଶୁଭଶ୍ରୀ ମହାରଣାଙ୍କୁ ମିଳିଲା ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର
- Odisha Assembly Adjourned on March 16: ଆସନ୍ତା ୧୬ରେ ଚାଲିବନି ବିଧାନସଭା, ରାଜ୍ୟସଭା ପାଇଁ ପଡ଼ିବ ଭୋଟ
- Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
Comments are closed.