Latest Odisha News

BREAKING NEWS

ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ଟି ହତିଆର ବ୍ୟବହାର କରିଥିଲା ଅଫତାବ: ଚାର୍ଜସିଟ ରିପୋର୍ଟରେ ଦିଲ୍ଲୀ ପୋଲିସର ଖୁଲାସା

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲାକର ହତ୍ୟାକାଣ୍ଡକୁ ଘଟଣାର ଚାର୍ଜସିଟ ମଙ୍ଗଳବାର ଦାଖଲ କରିଛି ଦିଲ୍ଲୀ ପୋଲିସ । ୬୬୨୯  ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ  ପୋଲିସ ଏହି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ରଖିଛି । ମାମଲାର ମୁଖ୍ୟ ଆସାମୀ ଆଫତାବ ପୁନାବାଲାକୁ ମଧ୍ୟ ପୋଲିସ ଭିଡିଓ କନଫରେନ୍ସି ଜରିଆରେ କୋର୍ଟରେ ହାଜର କରାଇଥିଲା  । କୋର୍ଟରେ ଅଫତାଫ ନିଜ ଓକିଲ ବଦଳାଇବା ପାଇଁ ଦାବି ରଖିଛି । ସେ ଆହୁରି କହିଛି, ଚାର୍ଜସିଟର କପି ତାଙ୍କ ଓକିଲଙ୍କୁ ଦେବା ପରିବର୍ତ୍ତେ ତାଙ୍କୁ ଦିଆଯାଇଛି ।

ଶ୍ରଦ୍ଧା ମାମଲାରେ ଚାର୍ଜସିଟ ଦାଖଲ ପରେ ଦିଲ୍ଲୀ ପୋଲିସର ଜଏଣ୍ଟ ସିପି ମୀନୁ ଚୌଧୁରୀ କହିଛନ୍ତି, ଶ୍ରଦ୍ଧାଙ୍କ ବାପଙ୍କ ଅଭିଯୋଗକୁ ଭିତ୍ତି କରି ନଭେମ୍ବର ୧୨ ତାରିଖ ଅଫତାବଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ୯ଟି ଟିମ କରାଯାଇଥିଲା । ଟିକିନିଖି ତଥ୍ୟ ହାସଲ ପାଇଁ ଏହି ଟିମ ହରିଆଣା, ହିମାଚଳ ଏବଂ ମହାରାଷ୍ଟ୍ର ଯାଇଥିଲେ ।  ତଦନ୍ତ ସମୟରେ ମୁଖ୍ୟ ଲକ୍ଷ୍ୟ ଥିଲଶ ଶ୍ରଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଏକାଠି ପାଇବା । ଏଥିପାଇଁ ସମୟ ଲାଗିଲା ଏବଂ ଅଧିକ ପରିଶ୍ରମ ବି କରିବାକୁ ପଡିଲା । ଏଥିପାଇଁ ଟିମକୁ ଟେକନିକାଲ ଏବଂ ସାଇଣ୍ଟିଫିକ ଟିମର ସହାୟତା ନେବାକୁ ପଡିଥିଲା  ।

ଜଏଣ୍ଟ ସିପିଙ୍କ କହିବା ଅନୁଯାୟୀ, ଅଫତାବ ପ୍ରଥମେ ମିଛ କହିଥିଲା । ହେଲେ ବେଶି ସମୟ ସତକୁ ଲୁଚାଇ ପାରି ନ ଥିଲା । ସତ ଜାଣିବା ପାଇଁ ନାର୍କୋ ଟେଷ୍ଟ କରାଯାଇଥିଲା । ଚାର୍ଜସିଟ ଦାଖଲ ପୂର୍ବରୁ ୧୫୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଯାଞ୍ଚ ସମୟରେ ଜଣାପଡିଥିଲା ଅଫତାବ ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ରୁ ଅଧିକ ହତିଆର ବ୍ୟବହାର କରିଥିଲା । ଧାରା ୩୦୨ ଏବଂ ଧରା ୨୦୧ ଅନୁଯାୟୀ ଚାର୍ଜସିଟ ଦାଖଲ କରାଯାଇଛି ।

Leave A Reply

Your email address will not be published.