Latest Odisha News

BREAKING NEWS

ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଇତିହାସ ରଚିଲେ ନାଡାଲ

ମେଲବୋର୍ଣ୍ଣ: ସ୍ପେନର ୩୫ ବର୍ଷୀୟ ଟେନିସ ଖେଳାଳି ରାଫେଲ ନାଡାଲ ଅଷ୍ଟ୍ରେଲିଆନ ଓପନର ଚଳିତ ସଂସ୍କରଣ ଜିତିବା ସହ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ନାଡାଲ ୨୧ ଟାଇଟଲ ହାସଲ କରି ସୁଇଜରଲାଣ୍ଡର ରୋଜର ଫେଡେରର ଓ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ପଛରେ ପକାଇ ଦେଇଛନ୍ତି ।

ସେମାନେ ୨୦ଟି ଲେଖାଁଏ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ରୁଷର ଡେନିୟଲ ମେଦେୱେଦେବଙ୍କୁ ୨-୬, ୬-୭, ୬-୪, ୬-୪ ଓ ୭-୫ ସେଟରେ ପରାସ୍ତ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବିଜୟ ହାସଲ କରିବାକୁ ନାଡାଲଙ୍କୁ ୫ଘଂଟା ୨୪ ମିନିଟ ସମୟ ଲାଗିଥିଲା ।

Comments are closed.