Latest Odisha News

BREAKING NEWS

ନଡ୍ଡା ହେଲେ ମୋଦୀ ସରକାରରେ ମନ୍ତ୍ରୀ, ଦଳ ପାଇବ ନୂଆ ସଭାପତି

ନୂଆଦିଲ୍ଲୀ: ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ୨୦୨୨ରୁ ଦଳର ୧୧ତମ ସଭାପତି ଥିବା ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନ ଲଢ଼ିଥିଲା। ମନ୍ତ୍ରୀ ରାଜନାଥ ସିଂହ ଓ ଅମିତ ଶାହାଙ୍କ ପରେ ନଡ୍ଡା ଶୁକ୍ରବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜେପିର ‘ଗୋଟିଏ ବ୍ୟକ୍ତି, ଗୋଟିଏ ପଦ’ ନୀତିକୁ ଦେଖିଲେ ଦଳକୁ ଖୁବ୍ ଶୀଘ୍ର ନୂଆ ସଭାପତି ମିଳିବ।

୨୦୧୯ ମେ ମାସରେ ମୋଦୀ କ୍ୟାବିନେଟରେ ଗୃହମନ୍ତ୍ରୀ ଭାବେ ଯୋଗ ଦେଇଥିବା ଅମିତ ଶାହାଙ୍କ ଠାରୁ ନଡ୍ଡା ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅମିତ ଶାହାଙ୍କ ନେତୃତ୍ୱରେ ବିଜେପି ଉଭୟ ୨୦୧୪ ଓ ୨୦୧୯ରେ ସଫଳତାର ସହ ଲଢ଼ିଥିଲା।

ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିଲା। ସେହିପରି ୪୪୧ଟି ଆସନରୁ ବିଜେପି ଲୋକସଭାରେ ୨୪୦ଟି ଆସନ ରେ ବିଜୟୀ ହୋଇଛି। ସରକାର ଗଠନ ପାଇଁ ବିଜେପି ୨୭୨ ସଂଖ୍ୟାଠାରୁ କମ୍ ରହିଥିଲେ ମଧ୍ୟ ଟିଡିପି ଓ ଜେଡିୟୁ ଭଳି ସହଯୋଗୀ ଦଳ ତାଙ୍କୁ ସହାୟତା କରି ମୋଦୀ ୩.୦ ଗଠନ କରିଛି। ନିର୍ବାଚନ ପୂର୍ବରୁ ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା କିନ୍ତୁ ନିର୍ବାଚନକୁ ଦେଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।

ଏବେ ଦଳର ନୂଆ ସଭାପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ଜେ.ପି ନଡ୍ଡାଙ୍କ ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପି ସଭାପତି ରେସରେ ଥିଲା। ଏବେ କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ କିଏ ହେବେ ନୂଆ ଅଧ୍ୟକ୍ଷ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Leave A Reply

Your email address will not be published.