Latest Odisha News

ଆବାସ ଦୁର୍ନୀତିର ହେବ ତଦନ୍ତ କହିଲେ ନଡ୍ଡା, କେନ୍ଦ୍ରର ବିଭାଗୀୟ ମନ୍ତ୍ରୀ ରଖିଲେ ଜବାବ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତିରେ ବୁଡିଛି। ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଇନାହାନ୍ତି। ଏହା ଏକ ଦୁର୍ନୀତି ଏହାର ତଦନ୍ତ ହେବ । ଭବାନୀପାଟଣାରେ ବିଜେପି ସଭାପତି ଜେ.ପି ନଡ୍ଡା ଏହା କହିଛନ୍ତି। ଏହାର ତଦନ୍ତ ହେବା ଦରକାର ଏଥିପାଇଁ ସେ କେନ୍ଦ୍ରର ବିଭାଗୀୟ ମନ୍ତ୍ରୀଙ୍କୁ କହିବେ ବୋଲି କହିଛନ୍ତି। ଅନ୍ୟପଟେ ଓଡିଶାର ନବରଙ୍ଗପୁର ଗସ୍ତରେ ଥିବା କେନ୍ଦ୍ର ପଞ୍ଚାୟତ ରାଜ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ଆବାସ ଦୁର୍ନୀତିର ହେବ ତଦନ୍ତ।

ନଡ୍ଡା କହିଛନ୍ତି, ରାଜ୍ୟରେ ୨୩ ବର୍ଷ ହେବ ବିଜେଡି ସରକାର ଚାଲିଛି। ଓଡିଶା ସବୁଠାରୁ ପଛୁଆ, ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡିଶାରେ ୩.୫ କୋଟି ଲୋକଙ୍କୁ ମୋଦୀ ରାସନ ଦେଉଛନ୍ତି ।ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଉ ନାହାନ୍ତି। ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି ଏହାର ତଦନ୍ତ କରାଯିବ। ତଦନ୍ତ ପରେ ଯିଏ ଦୋଷୀ ସେ ଦଣ୍ଡ ପାଇବେ।

ସମୀକ୍ଷା ବୈଠକରେ ଓଡ଼ିଶାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ବିନିଯୋଗ ନେଇ ସନ୍ତୋଷଜନକ ଉତ୍ତର ନଦେବାରୁ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଗସ୍ତ ଅବସରରେ ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଠିକ୍ ବିନିଯୋଗ ଓ କାର୍ଯ୍ୟକାରିତା ନେଇ ଅଧିକାରୀଙ୍କ ସହ ଏକ ବୈଠକରେ ସମୀକ୍ଷା କରିଥିଲେ। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ କେତେକ ପ୍ରଶ୍ନର ସଠିକ୍ ଉତ୍ତର ନ ମିଳିବାରୁ ସେ ସମୀକ୍ଷା ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ।

କେନ୍ଦ୍ର ସରକାର ଆରମ୍ଭ କରିଥିବା ସମସ୍ତ ଯୋଜନାକୁ ରାଜ୍ୟ ସରକାର ଅପହରଣ କରି ନେଉଛନ୍ତି ବୋଲି ଗିରିରାଜ ସିଂହ ଅଭିଯୋଗ କରିଛନ୍ତି। ରାଜ୍ୟରେ ହୋଇଥିବା ଆବାସ ଦୁର୍ନୀତିରେ ତଦନ୍ତ ହେବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ, ରାଜ୍ୟରେ ଅନ୍ଧାରୀ ରାଜ ଚାଲିଛି।

Comments are closed.