ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହ ରାଇଟ୍ସ ଓଟିଟି ପ୍ଲାଟଫର୍ମ କିଣିଥିବା ନେଇ ଖବର ଆସୁଛି।
ଟ୍ରେଡ୍ ଆନାଲିଷ୍ଟ ମନୋବାଲା ବିଜୟନ ‘ଏକ୍ସ’ରେ ଏନେଇ ପୋଷ୍ଟ କରିଛନ୍ତି। ତାଙ୍କ ପୋଷ୍ଟ ଅନୁଯାୟୀ, ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହ ରାଇଟ୍ସ ନେଟଫ୍ଲିକ୍ସ ୫୦ କୋଟି ଟଙ୍କାରେ କିଣିଛି।
ଉଲ୍ଲେଖଯୋଗ୍ୟ, ସାମନ୍ଥା ରୂଥ ପ୍ରଭୂଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହେବା ପରେ ନାଗା ଚୈତନ୍ୟ ଶୋଭିତା ଧୂଲିପାଲାଙ୍କ ପ୍ରେମରେ ପଡିଥିଲେ । ତେବେ ନାଗା ଚୈତନ୍ୟ ଓ ସାମନ୍ଥା ୨୦୧୭ରେ ବିବାହ କରିଥିଲେ । ଏହାର ୪ ବର୍ଷ ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ୮ ଅଗଷ୍ଟ ୨୦୨୪ରେ ନାଗା ଚୈତନ୍ୟ ତାଙ୍କ ନୂଆ ପ୍ରେମିକା ତଥା ଅଭିନେତ୍ରୀ ଶୋଭିତାଙ୍କ ସହ ନିର୍ବନ୍ଧ କରିଥିଲେ। ଏହି ଦମ୍ପତି ଡିସେମ୍ବର ୪ରେ ବିବାହ କରିବାକୁ ଯାଉଛନ୍ତି।
Comments are closed.