Latest Odisha News

BREAKING NEWS

ମାଡ ଖାଇଲେ ନାଗା ସାଧୁ, ହସ୍ପିଟାଲରେ ଭର୍ତ୍ତି: ଜବରଦସ୍ତ ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ କରୁଥିଲେ ଉଦ୍ୟମ

ପୁରୀ: ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିବାକୁ ଯାଇ ମାଡ ଖାଇଲେ ନାଗା ସାଧୁ । ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା ଏବଂ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । 

ନାଗା ସାଧୁ ବୈଷ୍ଣବ ତାଙ୍କୁ ସମ୍ପୃକ୍ତ ଜେଟିପି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଆହତ ନାଗା ସାଧୁଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ବିଭିନ୍ନ ସମୟରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ଏଭଳି ଆଚରଣ କରି ଚର୍ଚ୍ଚାରେ ରହି ଆସିଛନ୍ତି ନାଗାସାଧୁ ବୈଷ୍ଣବପୁରୀ ।

Leave A Reply

Your email address will not be published.