Latest Odisha News

BREAKING NEWS

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ: ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଟାଇଟଲ ମୁମ୍ବାଇ ହାତେଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ୬ ଉଇକେଟରେ ଉତରପ୍ରଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଉତରପ୍ରଦେଶ ୫୦ ଓଭରରେ ୪ ଉଇକେଟ ହରାଇ ୩୧୨ ରନ କରିଥିଲା ।

ଅଧିନାୟକ ପୃଥ୍ୱୀ ଶ’ ପୁନର୍ବାର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ମୁମ୍ବାଇ ୪୧.୩ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏହା ମୁମ୍ବାଇ ୪ର୍ଥ ବିଜୟ ହଜାରେ ଟ୍ରଫି ଟାଇଟଲ । ଆଦିତ୍ୟ ତାରେ ୧୧୮ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ଟୁର୍ଣ୍ଣାମେଂଟରେ ପୃଥ୍ୱୀ ସ୍ମରଣୀୟ ପ୍ରଦର୍ଶନ କରି ଅନେକଗୁଡିଏ ରେକର୍ଡ କରିଥିଲେ ।

Leave A Reply

Your email address will not be published.