Latest Odisha News

BREAKING NEWS

ରାମ ନାମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଅଦିନିଆ କାଳବୈଶାଖୀରେ ଆମେ ସମସ୍ତେ ଦେଖୁଛୁ ଯେ କୁଆପଥର ଆକାଶରୁ ଧରା ପୃଷ୍ଠରେ ପଡୁଛି । ଧରାରେ ପଡୁଥିବା କୁଆପଥର ବାୟୁମଣ୍ଡଳର ଅଦୃଶ୍ୟ ବାଷ୍ପୀଭୂତ ଜଳ । ସେ ସମାନ ଦୃଶ୍ୟମାନ ରୂପକୁ ତରଳ ଅବସ୍ଥାରେ ଜଳ କୁହାଯାଏ ଏବଂ କଠିନ ଆକାରରେ ବରଫ । ବାଷ୍ପୀଭୂତ ହେଲେ ଜଳକୁ ଓଲା ବା କୁଆପଥର କୁହାଯାଏ । ସେହିପରି ଆମେ ଆମର କର୍ମ ଅନୁସାରେ ଫଳଭୋଗ କରିଥାଉ । କେତେକ କୁହନ୍ତି- ପୂର୍ବ ଜନ୍ମର ଫଳ । ବାସ୍ତବରେ ବରଫ ସଦୃଶ କର୍ମ ମାତ୍ର । ଆମେ ଯେଉଁ କର୍ମ କରୁଅଛେ ତାହାର ଫଳ ପରବର୍ତ୍ତୀ ସମୟରେ ଭୋଗ କରୁଅଛେ । ରାମ ନାମ ଏକ ପବିତ୍ର ନାମ । ଏହାକୁ ଜପିବା ଦ୍ୱାରା ମନୁଷ୍ୟ ମନରେ ଖରାପ ଚିନ୍ତାଧାରା ଆସି ନଥାଏ । କାରଣ ଏହାର ପ୍ରଭାବରେ ମନୁଷ୍ୟ ଖରାପ କର୍ମକରିବା ଛାଡିଦିଏ ଏବଂ ସତମାର୍ଗରେ ଅଗ୍ରସର ହୁଏ । ରାମ ଶବ୍ଦ କେବଳ ଗୋଟେ ନାମ ନୁହେଁ ବରଂ ଶ୍ରୀହରିଙ୍କ ଚରଣକୁ ଯିବାର ଏହା ଗୋଟିଏ ମାର୍ଗ । ଆପଣ ଲକ୍ଷ୍ୟ  କରିଥିବେ ଯେତେବେଳେ ମନୁଷ୍ୟ ମରା ଶବ୍ଦ ଉଚ୍ଚାରଣ କରେ ତାହା ଆପେ ଆପେ ରାମ ଶବ୍ଦ ହିଁ ଉଚ୍ଚାରିତ ହୋଇଯାଏ । ମୃତ୍ୟୁଲୋକରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯିଏ କି ଭଲରେ ରହିବ, ଭଲରେ ଖାଇବ, ଉପଭୋଗ କରିବା ପାଇଁ ଲୋଭରେ ସାରା ଜୀବନ ଅନେକ କୁକର୍ମ କରିଥାଏ । ସେ କେବେ ଚିନ୍ତା କରେ ନାହିଁ, ଜନ୍ମ ମାତ୍ରକେ ଧ୍ରୁବ ସତ୍ୟ ମୃତ୍ୟୁ । ଜୀବନର ଏହା ହିଁ ହେଉଛି ଅଟଳ ସତ୍ୟ, ଏହାବ୍ୟତୀତ ଆଉ ଯଦି କିଛି ସତ୍ୟ ଥାଏ ତାହା ହେଉଛି ରାମ ନାମ । ଗୋଟିଏ ମିଠା ଦୋକାନୀର ବଡ ରସ ହାଣ୍ଡିରେ ରସ (ଶିରା) ଅଛି ଏବଂ ସେଥିରେ ରସଗୋଲା ଅଛି । ରସରେ ରସଗୋଲା ଅଛି ଏବଂ ରସଗୋଲାରେ ରସ ବା ଶିରା, ଠିକ୍ ସେହିପରି ଭାବରେ…., ଆତ୍ମାରେ ପରମାତ୍ମାଙ୍କ ସତ୍ତା । ଆଞଗା ଆମ ସମସ୍ତଙ୍କ ହୃଦୟରେ । ଆମେ ସମସ୍ତେ ସେହି
ପରମାତ୍ମା  ବା ଭଗବାନଙ୍କ ଅଂଶ ବିଶେଷ । ତେଣୁ ସେହି ସର୍ବୋଚ୍ଚ ଶକ୍ତି ରାମ କୃ୩⁄୪ ଯିଶୁ ଆଲ୍ଲା ବୁଦ୍ଧ ରେ ସୁସଜ୍ଜିତ ।

ଭଗବାନ ଶ୍ରୀ ରାମଙ୍କୁ ମନେ ରଖିବା ଏବଂ ତାଙ୍କର ପ୍ରଭାବ କେତେ ଅନନ୍ୟ? କେତେ ମହାନ୍‌??? ତାହାର ବଡ଼ ପ୍ରମାଣ ହେଉଛି ରାବଣର ଜୀବନ ସହିତ ଜଡିତ । ରାମ ରାବଣ ଯୁଦ୍ଧରେ ଦଳର ପ୍ରାୟ ସମସ୍ତ ଯୋଦ୍ଧା ଧ୍ୱଂସ ହେବା ପରେ ରାବଣ କୁମ୍ଭକର୍ଣ୍ଣ ଙ୍କୁ ଜାଗ୍ରତ କରାଇ ଥିଲେ । ରାବଣଙ୍କ କଥା ଶୁଣି କୁମ୍ଭକର୍ଣ୍ଣ କହିଲେ- ସୀତା ଆପଣଙ୍କ ଅଧୀନରେ ଆସିଛନ୍ତି କି? ରାବଣ କହିଲା- ନା । ତା’ପରେ କୁମ୍ଭକର୍ଣ୍ଣ କହିଲେ – ତୁମେ ଅଯୋଗ୍ୟ । ଥରେ ତୁମେ ମାୟାବୀ ଭାବରେ ରାମଙ୍କ ଅବତାରରେ
ସୀତାଙ୍କ  ଯାଇଛ କି? ରାବଣ ଦେଇଥିବା ଉତ୍ତର ଅତ୍ୟନ୍ତ ଆ୧⁄୨ର୍ଯ୍ୟଜନକ । ରାବଣ କହିଲେ- ଯେତେବେଳେ ମୁଁ ରାମଚନ୍ଦ୍ରଙ୍କ ରୂପ ଧାରଣ କରିବା ପାଇଁ ଧ୍ୟାନ
କଲି ସେତେବେଳେ ଗୋଟିଏ ପରେ ଗୋଟିଏ ମୋର କଳୁଷିତ ହୃଦୟ ଶେଷ  ହେବାକୁ ଲାଗିଲା । ମନରେ ଶାନ୍ତ ପବିତ୍ର ଭାବ ଉଦ୍ରେକ ହେଲା । ପାପ ମନ ଦୂରିଭୁତ ହୋଇଗଲା । ମନରେ ଅହଂକାର ଶୂନ୍ୟତା ଆସିଲା । ମୋ ଦ୍ୱାରା ସୀତାଙ୍କୁ ବଶୀଭୂତ କରିବାର ପ୍ରଶ୍ନ ଶେଷ ହୋଇଗଲା । ତେଣୁ କେବଳ “ରାମ ନାମ” ସ୍ମରଣ- ମନରେ ଶୁଦ୍ଧତା ଏବଂ ପବିତ୍ରତା ଆଣିଥାଏ । ତେଣୁ ଯେଉଁଠି ଆଞଗାରେ ରାମ ନାମ ବିରାଜମାନ । ସେଠାରେ ପରମାଞଗା ନି୧⁄୨ୟ ବିରାଜମାନ କରିବେ । ଆମ ମନରେ ଗର୍ବ ଅହଙ୍କାରକୁ ପରିତ୍ୟାଗ କରି ସେହି “ରାମ ନାମ’ କୁ ସ୍ମରଣ କରିବା ନଚେତ୍ ଗର୍ବ ଅହଂକାରରେ ବୁଡି ରହି “ରାମ ନାମ ସତ୍ୟ ହୈ’ କୁ ଧାରଣ କରିବା ।

Leave A Reply

Your email address will not be published.