Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିପାରେ ଇଡ଼ି, ଆଶଙ୍କା ପ୍ରକାଶ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାନ୍ଧିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ନେଇ ସୂଚନା ରହିଛି। ସୂଚନାଯୋଗ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତୃତୀୟ ଥର ପାଇଁ ଇଡ଼ିର ନୋଟିସକୁ ଅଣଦେଖା କରି ଦେଇଛନ୍ତି। ଏହା ସହିତ ଜେରା ପାଇଁ ଇଡ଼ିରେ ହାଜର ହୋଇନାହାନ୍ତି କେଜରିୱାଲ। ଏପରି ସ୍ଥଳେ ଗୁରୁବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଇଡି ଚଢାଉ କରିବା ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ସମୟ ମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇପାରେ ବୋଲି ଦଳ କହିଛି। ମଦ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଇଡି ବୁଧବାର ତୃତୀୟ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇ ପଚରାଉଚରା ପାଇଁ ଡାକିଥିଲେ। ପୂର୍ବଥର ଭଳି ତୃତୀୟ ଥର ପାଇଁ ମଧ୍ୟ କେଜ୍ରିୱାଲ ପଚରାଉଚରା ପାଇଁ ଇଡି ଆଗରେ ହାଜର ହୋଇନଥିଲେ। ପଚରାଉଚରା ପାଇଁ ହାଜର ହେବା ପରିବର୍ତ୍ତେ ସେ ଇଡିଙ୍କୁ ଏକ ଚିଠିରେ ଜବାବ ରଖିଥିଲେ।

ଚିଠିରେ ମାଧ୍ୟମରେ ପ୍ରଶ୍ନାବଳୀ ପଠାଇବାକୁ କେଜ୍ରିଓ୍ବାଲ ଇଡ଼ିକୁ କହିଥିଲେ। ଇଡିର ଉଦ୍ଦେଶ୍ୟ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। କେଜ୍ରିୱାଲ କହିଛନ୍ତି କି ମୋର ସମ୍ମାନହାନୀ ପହଞ୍ଚାଇବାକୁ ଇଡ଼ି ଏହି ସମନ ଜାରି କରୁଛି। ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି କହିଛି ଯେ କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାରରୁ ନିବୃତ୍ତ କରିବା ଏବଂ ଗିରଫ କରିବା ଉଦ୍ଦେଶ୍ୟରେ ଏହି ଷଡଯନ୍ତ୍ର କରାଯାଉଛି।

କେଉଁ ଆଧାରରେ ଏହି ସମନ ଜାରି କରାଯାଉଛି?
ଏହି ପ୍ରସଙ୍ଗରେ ଦିଲ୍ଲୀ ମନ୍ତ୍ରୀ ଆତିଶି କହିଛନ୍ତି ଯେ ଯେତେବେଳେ ଦୁଇଥର ଡକାଯାଇଥିଲା ସେତେବେଳେ ଅରବିନ୍ଦ କେଜ୍ରିୱାଲ ଅନେକ ପ୍ରଶ୍ନ ପଚାରି ଇଡିକୁ ଏକ ଚିଠି ଲେଖିଥିଲେ। ଏହି ମାମଲାରେ ମୋତେ କେଉଁ ଆଧାରରେ ଡକାଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି, କିନ୍ତୁ ତିନିଥର ଚିଠି ପଠାଇବା ସତ୍ତ୍ୱେ ଇଡି ପ୍ରଶ୍ନର ଉତ୍ତର ଦେଇ ନାହିଁ। ଆତିଶି କହିଛନ୍ତି ଯେ ଇଡି ଅଧିକାରୀମାନେ ଜାଣନ୍ତି ଯେ ଏହି ସମନ ବେଆଇନ ଅଟେ। ଯଦି ଏଥିପାଇଁ ଏକ ଆଇନଗତ ଆଧାର ରହିଥାନ୍ତା ତେବେ ଚିଠିକୁ ଉତ୍ତର ଦିଆଯାଇଥାନ୍ତା।

କ’ଣ ଏହି ମଦ ଘୋଟାଲା
ଦିଲ୍ଲୀର ମଦ ସ୍କାମକୁ ‘ଲିକୋରଗେଟ୍’ ମଧ୍ୟ କୁହାଯାଏ। ଅବକାରୀ ନୀତି ୨୦୨୧-୨୨ ସଂଶୋଧନ କରିବା ସମୟରେ ଏଥିରେ ଅନେକ ଅନିୟମିତ କରାଯାଇଥିବା ନେଇ ସିବିଆଇ ଓ ଇଡ଼ି ଦିଲ୍ଲୀ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଫଳରେ ପରିବର୍ତ୍ତିତ ନିୟମ ଅନୁସାରେ ବେସରକାରୀ ସଂସ୍ଥା ମାଧ୍ୟମରେ ଲାଇସେନ୍ସଧାରୀମାନଙ୍କୁ ମଧ୍ୟ ଅନେକ ସୁବିଧା ପ୍ରଦାନ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା।

ଏପରି ହେବା ଦ୍ୱାରା ରାଜକୋଷରୁ ବହୁମାତ୍ରା ସରକାରୀ ଅର୍ଥ ହେରଫେର ହୋଇଥିବା ନେଇ ଇଡ଼ି ଓ ସିବିଆଇ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ଏହି ଅର୍ଥ ହେରଫେର ମାମଲାରେ ଇଡି ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଏହାପୂର୍ବରୁ ମନୀଷ ସିସୋଦିଆଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଫେବୃଆରୀ ୨୦୨୩ରୁ ସେ ଜେଲରେ ଅଛନ୍ତି। ବର୍ତ୍ତମାନ ହାଜର ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଉଥିଲେ ମଧ୍ୟ ହାଜର ହେଉ ନଥିବାରୁ ତାଙ୍କୁ ଇଡ଼ି ଗିରଫ କରିବା ନେଇ ଆପ ପକ୍ଷରୁ ଆଶଙ୍କା କରାଯାଇଛି।

Leave A Reply

Your email address will not be published.