Latest Odisha News

ଶାହାରୁଖ ଅଭିନୀତ ହିରାନୀଙ୍କ ଆଗାମୀ ଫିଲ୍ମର ନାମ ଡଙ୍କି !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ରାଜକୁମାର ହିରାନୀଙ୍କ ଏହି ଫିଲ୍ମ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ଏହି ଫିଲ୍ମର ନାମ ଡଙ୍କି ରଖାଯାଇଛି । ତେବେ ଏ ନେଇ ମେକର୍ସ କିମ୍ବା ଶାହାରୁଖଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ସୋସିଆଲ ସାଇଟରେ ଡଙ୍କି ଫ୍ଲାଇଟ ବି ଟ୍ରେଂଡ କରିବାରେ ଲାଗିଛି ।

ଡଙ୍କି ଫ୍ଲାଇଟର ପ୍ରକୃତ ଅର୍ଥ ହେଲା ଦୁଇ ଦେଶ ମଧ୍ୟରେ ଥିବା ଅବୈଧ ରାସ୍ତା । ଏହା ମାଧ୍ୟମରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଲୁଚିକରି ଲୋକମାନେ ଯାଇଥାନ୍ତି । ହିରାନୀଙ୍କ ଫିଲ୍ମ ଏକ ପଂଜାବ ଯୁବକ ଉପରେ ଆଧାରିତ । ବର୍ଡର ଇମିଗ୍ରେସନ ଉପରେ ଆଧାରିତ ଏହି ଫିଲ୍ମକୁ ହିରାନୀ ତାଙ୍କ ମଜାକିଆ ଶୈଳୀରେ ଉପସ୍ଥାପନ କରିବାକୁ ଚେଷ୍ଟା କରିବେ । ଏଥିରେ ବିଭିନ୍ନ ଏଜେନ୍ସି କିପରି ଯୁବକମାନଙ୍କୁ କାନାଡା ନେବା ପାଇଁ ଲୋଭ ଦେଖାଇ ଅର୍ଥ ଲୁଟୁଛନ୍ତି ତାହା ଏଥିରେ ଦର୍ଶାଯାଇଛି ।

Leave A Reply

Your email address will not be published.