Latest Odisha News

BREAKING NEWS

ବୁଲ ଡୋଜରକୁ ବିଜେପି ଦଳୀୟ ଚିହ୍ନ କରିଦେବା ଦରକାର: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ବିଜେପି ତାର ଦଳୀୟ ଚିହ୍ନ ବୁଲ୍ ଡୋଜର କରି ଦେବା ଉଚିତ୍ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଏଭଳି ସମାଲୋଚନା କରିଛନ୍ତି । ବୁଧବାର ଜାହାଙ୍ଗିରପୁରୀ ଅଞ୍ଚଳରେ ବେଆଇ ନିର୍ମାଣ ଭଙ୍ଗା ଘଟଣାକୁ ନେଇ ଅଖିଳେଶ ଏଭଳି ମନ୍ତବ୍ୟ ଟ୍ୱିଟରରେ ରଖିଛନ୍ତି ।

ହନୁମାନ ଜୟନ୍ତୀ ଦଙ୍ଗା ପରେ, ବୁଧବାର ଦିଲ୍ଲୀ ମହାନଗର ନିଗମ ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ବୁଲ ଡୋଜର ଚଢ଼େଇ ଘର ଭାଙ୍ଗିବାକୁ ଉଦ୍ୟତ ଥିଲା ।

ଅଳ୍ପ କିଛି ଘର ଭାଙ୍ଗିବା ପରେ ସିପିଏମ ନେତ୍ରୀ ବ୍ରିନ୍ଦା କରାତ ସୁପ୍ରିମକୋର୍ଟଙ୍କ ରହିତାଦେଶ କାଗଜ ଦେଖାଇବାରୁ ଅଧାରେ ଉଚ୍ଛେଦ ଅଟକିଥିଲା ।

ଏହି ଘଟଣାର ପ୍ରତିକ୍ରିୟା ଅଖିଳେଶ ଯାଦବ ଟ୍ୱିଟରରେ ପ୍ରକାଶ କରିଛନ୍ତି । ଅଖିଳେଶ କହିଛନ୍ତି ଯେ, ବିଜେପି ତାର ବେଆଇନ ଶକ୍ତି ପ୍ରଦର୍ଶନ କରିବା ପାଇଁ ବୁଲ୍ ଡୋଜରକୁ ପ୍ରତୀକ କରିଦେଇଛି । ମୁସଲମାନ, ଦଳିତ ଏବଂ ଅନ୍ୟ ସଂଖ୍ୟାଲଘୁ ତ ଆଗରୁ ଏମାନଙ୍କ ଆକ୍ରମଣ ଉଦ୍ଦେଶ୍ୟରେ ଥିଲେ । କିନ୍ତୁ ଏବେ ହିନ୍ଦୁ ଏମାନଙ୍କ ଶିକାର ବନିଗଲେଣି ।

ବାସ୍ତବରେ ବିଜେପି ସମ୍ବିଧାନ ଉପରେ ବୁଲ ଡୋଜର ଚଢ଼ାଉଛି । ତେଣୁ ବିଜେପି ବୁଲ ଡୋଜର କୁ ହିଁ ନିଜର ଦଳୀୟ ଚିହ୍ନ କରିଦେବା ଦରକାର ।

Leave A Reply

Your email address will not be published.