Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ଥିବା ମୃତ ଅଧିକାରୀଙ୍କ ନାଁ ହଟିଲା

ଭୁବନେଶ୍ଵର: ଓଡିଶାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ମୋଦିଙ୍କ ସୁରକ୍ଷା ନିମନ୍ତେ ବହୁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ହେଲେ ଏହା ଭିତରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସୁରକ୍ଷା ଦାୟିତ୍ବ ବଣ୍ଟାଯାଇଥିବା ଅଧିକାରୀଙ୍କ ଭିତରେ ଜଣେ ଜଣେ ମୃତ ଓଏଏସ୍‌ ଅଧିକାରୀଙ୍କ ନାଁ ବି ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ପରେ ଏହାକୁ ନେଇ ବିରୋଧୀ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯିବା ପରେ ଏହି ନାଁକୁ ହଟାଇ ସେଠାରେ ଆଉ ଏକ ନୂଆ ନାଁ ସ୍ଥାନିତ କରିଛନ୍ତି । ତେବେ ସାଧାରଣ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଲାଗି ପ୍ରସ୍ତୁତ ହୋଇଥିବା ଅଫିସରଙ୍କ ତାଲିକା ମଧ୍ୟରେ ରହିଥିଲା ସ୍ୱର୍ଗତଃ ପ୍ରବୋଧ କୁମାର ରାଉତଙ୍କ ନାଁ । ଯାହାଙ୍କର ବିଗତ ଏକ ବର୍ଷ ହେବ ଦେହାନ୍ତ ଘଟିଛି ।

ଏହାକୁ ନେଇ ବିଜେଡି ସମାଲୋଚନା କରିବା ପରେ ତାଲିକାରୁ ସ୍ୱର୍ଗତଃ ପ୍ରବୋଧ କୁମାର ରାଉତଙ୍କ ନାଁକୁ ବାଦ ଦିଆଯାଇ ବରିଷ୍ଠ ଓଏଏସ୍ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ନାଁକୁ ସାମିଲ କରାଯାଇଛି ।

Comments are closed.