Latest Odisha News

BREAKING NEWS

ଆଇପିଏଲ ୨୦୨୩ର ନିଲାମ ଡିସେମ୍ବର ୧୬ରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣର ନିଲାମ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବରରେ ହେବ । ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ବାଙ୍ଗାଲୋର ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟ ଭାରତରେ ଖେଳାଯିବ । ମ୍ୟାଚଗୁଡିକ ପୂର୍ବଭଳି ହୋମ ଏବଂ ଆୱେ ଫର୍ମାଟରେ ଖେଳାଯିବ । ୨୦୧୯ କରୋନା ମହାମାରୀ ଯୋଗୁ ଏହ ଫର୍ମାଟରେ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ସେହିପରି ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ଭାଗରେ ଆଇପିଏଲ ଆରମ୍ଭ ହୋଇପାରେ । ୨୦୨୨ ନିଲାମରେ ଫ୍ରାଚାଂଇଜଗୁଡିକ ୯୦ କୋଟି ସ୍ୟାଲେରୀ ପର୍ସ ପାଇଥିଲେ । ଏଥର ଏହା ଆଉ ୫ କୋଟି ବୃଦ୍ଧି କରାଯାଇଛି । ତେବେ ୨୦୨୩ରେ ୧୦ଟଶ ଟିମ ପାଇଁ ମିନି ନିଲାମ ଆୟୋଜିତ ହେବ ।

ଆଇପିଏଲର ଆଗାମୀ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ଘରୋଇ ପରିବେଶଷରେ ଖେଳାଯିବାକୁ ଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ୨୦୨୦ ଆଇପିଏଲ ଏବଂ ୨୦୨୧ର କେତେକ ବଳକା ମ୍ୟାଚ ୟୁଏଇରେ ଖେଳା ଯାଇଥିଲା । ସେହିପରି ୨୦୨୨ରେ ଭାରତରେ ଏହା ଅଳ୍ପ ଷ୍ଟାଡିୟମରେ ଖେଳା ଯାଇଥିଲା ।

Leave A Reply

Your email address will not be published.