ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା । ଏଥିପାଇଁ ନିର୍ବାଚନ ପ୍ରଚାର ମଇଦାନରେ ଅଙ୍କ କଷୁଛନ୍ତି ବିଭିନ୍ନ ଦଳ । ଏହାରି ଭିତରେ କଂଗ୍ରେସ ନେତାଙ୍କ ଏକ ବୟାନ ଏବେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ଏବେ ବିଜେପିକୁ କୁକୁର ସହ ତୁଳନା କରି ବିବାଦକୁ ନିମନ୍ତ୍ରଣ ଦେଇଛନ୍ତି । କହିଛନ୍ତି ସମୟ ଆସି ଯାଇଛି, ଏବେ ସେମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇବାର ।
ତେବେ ମହାରାଷ୍ଟ୍ର ଅକୋଲାରେ ଏକ ସଭାକୁ ସମ୍ବୋଧିତ କରି ନାନା ପଟୋଲେ ବିଜେପିକୁ କଡା ନିଶାନା ସାଧିବା ସହିତ ମହା ବିକାଶ ଅଘାଡି ସରକାର ଏବଂ ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । କହିଛନ୍ତି ଏମାନେ ନିଜକୁ ଭଗବାନ୍ ବୋଲି ଭାବୁଛନ୍ତି । କ’ଣ ଅକୋଲା ଜିଲ୍ଲାର ଓବିସି ଭୋଟର ସେହି ବିଜେପିକୁ ଭୋଟ ଦେବେ, ଯିଏ ସେମାନଙ୍କୁ କୁକର ବୋଲି ସମ୍ବୋଧିତ କରିଥିଲା ? ଏବେ ବିଜେପିକୁ କୁକୁର କରିବାର ସମୟ ଆସିଯାଇଛି । ମହାରାଷ୍ଟ୍ରରୁ ବିଜେପିକୁ ହଟାଇବାର ସମୟ ଆସିଯାଇଛି । ବିଜେପି କେବଳ ମିଛ କହି ସରକାରକୁ ଆସିଥିଲା । ଏବେ ସେମାନଙ୍କୁ କାଢି ଫୋପାଡିବା ପାଇଁ ସୁଯୋଗ ଆସିଛି । ବିଜେପିର ନେତାମାନେ ନିଜକୁ ବିଶ୍ବଗୁରୁ ବୋଲି ଭାବୁଛନ୍ତି । ଆଉ ମହାରାଷ୍ଟ୍ରରେ ଫଡନାଭିସ୍ ନିଜକୁ ଭଗବାନ୍ ବୋଲି ଭାବୁଛନ୍ତି । ଏବେ ସମୟ ଆସିଛି ସେମାନଙ୍କୁ ସେମାନଙ୍କର ସ୍ଥାନ ଦେଖାଇବାର ବୋଲି କହିଛନ୍ତି ନାନା ପଟୋଲେ ।
ତେବେ ନାନା ପଟୋଲେଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପିର କିଛି ପ୍ରତିକ୍ରିୟା ମିଳିନାହିଁ ।