Latest Odisha News

BREAKING NEWS

ପଦ୍ମଶ୍ରୀ ନନ୍ଦ ସାର କରୋନାରେ ଆକ୍ରାନ୍ତ

ଯାଜପୁର: ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି ।

ଗତକାଲି ନନ୍ଦ ସାର ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିଲେ । ତାପରେ ଗତକାଲି ରାତିିରେ ତାଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସୂଚନାଯୋଗ୍ୟ, ନଭେମ୍ବର ୯ତାରିଖରେ ସେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Leave A Reply

Your email address will not be published.