Latest Odisha News

ବଣଭୋଜିକୁ ମିଳିଲା ଅନୁମତି, ନନ୍ଦନକାନନ ଅଫିସିଆଲ ୱେବସାଇଟରେ ବୁକିଂ ସୁବିଧା ଉପଲବ୍ଧ

ଭୁବନେଶ୍ୱର: ପାଖେଇ ଆସୁଛି ନୂଆ ବର୍ଷ । ପିକନିକ୍ କରିବା ପାଇଁ ସମସ୍ତେ ପ୍ରସ୍ତୁତ ମଧ୍ୟ ହେଲେଣି । ବିଭିନ୍ନ ସ୍ଥାନରେ ଏବେଠୁ ଜମିଲାଣି ଭୋଜିର ଆସର । ହେଲେ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ମାତ୍ର ଏହା ମଧ୍ୟରେ ଡ଼ିସେମ୍ବର ୧ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି ମିଳିଛି । କୋଭିଡ଼୍ କଟକଣା ମାନି ଭୋଜି ଭାତ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି ।

ଭୋଜି ଭାତ କରିବାକୁ ଚାହୁଁଥିବା ବ୍ୟକ୍ତି ନନ୍ଦନକାନନର ଅଫିସିଆଲ ୱେବସାଇଟକୁ ଯାଇ ବୁକିଂ କରିପାରିବେ । ନନ୍ଦନକାନନରେ ଥିବା ବଟନିକାଲ ଗାର୍ଡ଼େନର ପିଣ୍ଡି ଏବଂ କଟେଜକୁ ବୁକ୍ କରିବା ପରେ ପର୍ଯ୍ୟଟକ ଭୋଜି ଭାତ କରିପାରିବେ । ସୂଚନା ଅନୁସାରେ, ଡ଼ିସେମ୍ବର ୧ରୁ ପର୍ଯ୍ୟଟକମାନେ ବଣଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ୱତନ୍ତ୍ର ଭୋଜି ଗୃହ ପାଇଁ ଅନଲାଇନ୍ ଟିକେଟ କରି ଆସିପାରିବେ । ମୋଟ୍ ୬୪ଟି ଖୋଲା ପିଣ୍ଡିରୁ ଛୋଟ ୫ଟି ପିଣ୍ଡିର ଟିକେଟ୍ ମୂଲ୍ୟ ୩ଶହଟଙ୍କା, ୫୯ଟି ବଡ଼ ପିଣ୍ଡିର ଟିକେଟ ମୂଲ୍ୟ ୫୫୦ଟଙ୍କା ରହିଛି । ୮ଟି ପିକନିକ୍ ସେଡ଼ ବା ରୋଷଶାଳାର ମୂଲ୍ୟ ୧୧ଶହ ଟଙ୍କା ରହିଛି ।

ଜୟଦେବ ବାଟିକାରେ ମଧ୍ୟ ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ । ୩୦ଟି ସ୍ୱତନ୍ତ୍ର ଟିଣ, ଚାଳ ଛପର ପିଣ୍ଡି ରହିଛି ଏବଂ ଜଙ୍ଗଲ ଭିତରେ ଭୋଜି ପାଇଁ ସମସ୍ତ ଆନୁସାଙ୍ଗିକ ସୁବିଧା ଥିବା ୧୩୦ଟି ସ୍ଥାନ ଚିହ୍ନଟ ହୋଇଛି । ସ୍ୱତନ୍ତ୍ର ପିଣ୍ଡିରେ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କୁ ୧୮ଶହ ଟଙ୍କା ଦେବାକୁ ପଡ଼ୁଥିବାବେଳେ ଜଙ୍ଗଲ ଭିତରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜି ପାଇଁ ୮ଶହ ଟଙ୍କା ଲେଖାଏଁ ରହିଛି ।

Leave A Reply

Your email address will not be published.