ବାରଙ୍ଗ: ୨୦୨୪-୨୦୨୫ ଆର୍ଥିକ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ବୁଲିଛନ୍ତି ପର୍ଯ୍ୟଟକ । ଏଥିପାଇଁ ପ୍ରାଣୀ ଉଦ୍ୟାନର ରୋଜଗାର ମଧ୍ୟ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଭଲ ହୋଇଛି। ନନ୍ଦନକାନନର ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ବର୍ଷରେ ଆସିଥିବା ମୋଟ ୩୯,୫୨,୦୯୭ ପର୍ଯଟକଙ୍କ ଠାରୁ ସମସ୍ତ ଉତ୍ସରୁ ୨୫.୩୭ କୋଟି ଟଙ୍କା ଆଦାଯ ହୋଇଛି ଯାହା ନନ୍ଦନକାନନ ଇତିହାସରେ ସର୍ବାଧିକ।
ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୭,୭୧,୯୮୦ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧,୮୦,୧୧୭ ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି। ପରିଦର୍ଶକମାନଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ୩୨,୩୨,୧୨୬, ଶିଶୁଙ୍କ ସଂଖ୍ୟା ୭,୧୯,୧୭୮ ଓ ୭୯୩ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ।
ପରିଦର୍ଶକ ପ୍ରବେଶ ଶୁଳ୍କ, କ୍ୟାମେରା ଓ ପାକିଂଙ୍କ ଅନ୍ୟାନ୍ୟ ବାବଦରୁ ୧୬.୩୫ ଓ ଆଉଟସୋର୍ସିଂ ସୁବିଧା ଠାରୁ ୫.୮୭ କୋଟି ଟଙ୍କା ଆଦାୟ ହୋଇଥିବା ସୂଚନା ଦିଆଯାଇଛି। ଜୀବଜନ୍ତୁ ପୋଷ୍ୟ ବାବଦକୁ ବି ୩.୧୫ କୋଟି ରେକର୍ଡ ପରିମାଣର ଅର୍ଥ ଆଦାୟ ହୋଇଛି।
Comments are closed.