ଭୁବନେଶ୍ୱର: ଆଜି ନନ୍ଦନକାନନର ୬୨ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ଆଜି ନନ୍ଦନକାନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ହେଲେ ୬୨ ବର୍ଷ ପରେ ମଧ୍ୟ ନନ୍ଦନକାନନରେ ଅନେକ ସମସ୍ୟା ରହିଛି । ଏହି ବିଶାଳ ପ୍ରାଣୀ ଉଦ୍ୟାନର କଳେବର ବଢିବ କ’ଣ, ଦିନକୁ ଦିନ କମିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ବିରଳ ପ୍ରଜାତିର ପ୍ରାଣୀଙ୍କ ମୃତ୍ୟୁ ହେଉଛି ।
ବଂଶବୃଦ୍ଧି ପାଇଁ ଯୋଜନା କରାଯାଉଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଇପାରୁନାହିଁ । ଲୋପ ପାଇଯାଉଛନ୍ତି ବିରଳ ଜୀବଜନ୍ତୁ ଓ ପକ୍ଷୀ । ଏବେ ସୁଦ୍ଧା ୧୬୦ଟି ବାଘ ନନ୍ଦନକାନନରେ ଜନ୍ମ ନେଇଛନ୍ତି । କଳା ବାଘ ବଂଶ ବୃଦ୍ଧି ମଧ୍ୟ କିଛି ମାତ୍ରାରେ ସଫଳ ହୋଇଛି ।
୧୯୮୦ରେ ସିଂହଙ୍କ ସଂଖ୍ୟା ଥିଲା ୫୬ । ସିଂହ ବଂଶ ବୃଦ୍ଧି ଯୋଜନା ଏବେ ପ୍ରଥମ ସୋପାନରେ ରହିଛି । ବହୁ ଦିନ ଧରି ବନ୍ଦ ରହିଥିବା ଟୟ ଟ୍ରେନ୍ ନଭେମ୍ବର ୧୭ରେ ନୂଆ ରୂପରେ ଆସିଛି ।
Comments are closed.