Latest Odisha News

Nandankanan Open: ସାଧାରଣତନ୍ତ୍ର ଦିବସରେ ଖୋଲା ରହିବ ନନ୍ଦନକାନନ

 

ଭୁବନେଶ୍ବର: ଜାନୁଆରୀ ୨୬ରେ ଖୋଲା ରହିବ ନନ୍ଦନନ୍ଦକାନନ। ସାଧାରଣତନ୍ତ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୋମବାର ପରିବର୍ତ୍ତେ ଆସନ୍ତା ସପ୍ତାହ ମଙ୍ଗଳବାର ଏହା ବନ୍ଦ ରହିବ। ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ ନାରାୟଣ ଏହି ସୂଚନା ଦେଇଛନ୍ତି।

ପ୍ରତି ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ। ହେଲେ ଆସନ୍ତା ସୋମବାର ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ।

Comments are closed.