Latest Odisha News

ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ

ବାରଙ୍ଗ: ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । କରୋନା ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ । ଦୀର୍ଘ ୩ ମାସ ପରେ ଚିଡିଆଖାନା ବୁଲିଥିଲେ ପର୍ଯ୍ୟଟକ। ତେବେ କରୋନା କଟକଣା ମଧ୍ୟରେ ପର୍ଯ୍ୟଟକକୁ ସୀମିତ ସଂଖ୍ୟାରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା ।

ଚିଡିଆଖାନା ଭିତରେ ବୁଲିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିକୁ ଅନୁମତି ମିଳିନାହିଁ । ଏମିତି କି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯାଉଛି । ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡ୍ ଲାଇନ୍ ରେ ଅନୁମତି ମିଳିଥିଲା । ମୁଖ୍ୟ ଗେଟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିପରି ବଟାନିକାଲ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କରୋନା କଟକଣା ମାନିବେ ।

Leave A Reply

Your email address will not be published.