Latest Odisha News

BREAKING NEWS

ନନ୍ଦନକାନନରୁ ଆସିଲା ଖୁସି ଖବର, ମା’ ହେଲା ଏସୀୟ ସିଂହୀ ରେବା

ବାରଙ୍ଗ; ନନ୍ଦନକାନନରୁ ଆସିଲା ଖୁସି ଖବର । ମା’ ହେଲା ଏସୀୟ ସିଂହୀ ରେୱା । ସିଂହୀ ରେୱା ଗର୍ଭରୁ ୩ ଶାବକ ଜନ୍ମ ନେଇଛନ୍ତି। ଯାହାକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ବାତାବରଣ ଖେଳିଯାଇଛି । ରେୱା ଦ୍ୱିତୀୟ ଥର ପାଇଁ ମା’ ହୋଇଛି ।

ରେୱା ପ୍ରଥମ ଥର ପାଇଁ ୨୦୨୩ ମସିହା ଜାନୁୟାରୀ ୧୦ରେ ମା ହୋଇଥିଲା। ପ୍ରଥମ ଗର୍ଭରେ ସେ ୪ଟି ଶାବକ ଜନ୍ମ ଦେଇଥିଲା । କିନ୍ତୁ ୨ଟି ଛୁଆ ମୃତୁ ବରଣ କରିଥିବା ବେଳେ ଆଉ ୨ଟି ଛୁଆକୁ ଆପଣେଇନଥିଲା ରେୱା ।ବାଧ୍ୟ ହୋଇ କର୍ତ୍ତୃପକ୍ଷ ଛୁଆଗୁଡ଼ିକୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ରରେ ଛାଡିଥିବା ଛାଡିଥିଲେ । ଏବେ ୨ ଶାବକ ପ୍ରାୟ ୧୪ ମାସର ହୋଇଗଲେଣି । ଗତ ନନ୍ଦନକାନନ ଦିବସରେ ସେମନାଙ୍କ ନାମକରଣ କରାଯାଇଥିଲା । ଜଣଙ୍କ ନାମ ମାୟା ରଖାଯାଇଥିବା ବେଳେ ଅନ୍ୟ ଜଣଙ୍କ ନାମ ଶିବମ୍ ରଖାଯାଇଥିଲା ।

ଏବେ ପୁଣି, ୪ ବର୍ଷର ଏସୀୟ ସିଂହୀ ରେୱା ୩ଟି ଶାବକଙ୍କୁ ଜନ୍ମ ଦେଇଛି । ଏବେ ପ୍ରାଣୀ ଚିକିତ୍ସକମାନେ ରେୱା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଏବଂ ଦରକାରୀ ଭିଚାମିନ ଯୁକ୍ତ ଖାଦ୍ୟ ସହିତ ପ୍ରତିଶୋଧକ ଟିକା ମଧ୍ୟ ଦିଆଯାଉଛି । ସିସିଟିଭି କ୍ୟାମେରାରେ ସିଂହୀ ରେୱା ଉପରେ ନଜର ରଖାଯାଇଛି ।ଏହି ଛୁଆ ଜନ୍ମହେବାପରେ ନନ୍ଦନକାନନରେ ଏହି ପ୍ରଜାତିର ସିଂହସଂଖ୍ୟା ୧୭କୁ ବୃଦ୍ଧିପାଇଛି।

 

Leave A Reply

Your email address will not be published.