Latest Odisha News

BREAKING NEWS

ଜେଏନୟୁ ନିର୍ବାଚନ: ୨୮ ବର୍ଷ ପରେ ଇତିହାସ ରଚିଲେ ଦଳିତ ସମ୍ପ୍ରଦାୟ

ନୂଆଦିଲ୍ଲୀ: ୨୮ ବର୍ଷ ପରେ ଇତିହାସ ଦୋହରାଇଲା ବାମପନ୍ଥୀ ସଂଗଠନ । ଜେଏନୟୁ ଛାତ୍ର ସଂଘ ନିର୍ବାଚନର ପ୍ରକାଶ ପାଇଛି ଫଳାଫଳ । ଗତକାଲି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଆରଏସଏସ ସହ ଜଡିତ ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) କୁ ପରାସ୍ତ କରି ୨୮ବର୍ଷ ପରେ ଇତିହାସ ରଚିଲା ବାମପନ୍ଥୀ ସଂଗଠନ । ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଥିବା ଜେଏନୟୁଏସୟୁ ଛାତ୍ର ସଭାପତି ନିର୍ବାଚନରେ ​​ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ୟୁନିଅନର ଧନଞ୍ଜୟ ୨୫୯୮ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ର ଉମେଶ ସି ଅଜମିରା ମାତ୍ର ୧୬୭୬ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି ।

ଧନଞ୍ଜୟ ବିହାରର ଗୟା ଜିଲ୍ଲାର ବାସିନ୍ଦା । ସେ ଦଳିତ ସମ୍ପ୍ରଦାୟର । ୧୯୯୬ ମସିହା ଅର୍ଥାତ୍ ଦୀର୍ଘ ୨୮ ବର୍ଷ ପରେ ଧନଞ୍ଜୟ JNUSU ର ପ୍ରଥମ ଦଳିତ ଛାତ୍ର ସଭାପତି ହୋଇଛନ୍ତି । ୨୮ ବର୍ଷ ପୂର୍ବେ ୧୯୯୬ ମସିହାରେ ଦଳିତ ସମ୍ପ୍ରଦାୟର ବତ୍ତି ଲାଲ ବୈରୱା ଛାତ୍ର ସଭାପତି ହୋଇଥିଲେ । ତା’ପରଠାରୁ JNUSUରେ କୌଣସି ଦଳିତ ସମ୍ପ୍ରଦାୟ ସଭାପତି ହୋଇନାହାଁନ୍ତି । ଏବେ ଧନଞ୍ଜୟ ଛାତ୍ର ସଭାପତି ହୋଇ ପୁରୁଣା ୨୮ବର୍ଷର ଇତିହାସକୁ ଦହରାଇଛନ୍ତି । ଧନଞ୍ଜୟ ଜେଏନୟୁରେ ସ୍କୁଲ ଅଫ୍ ଆର୍ଟ ଆଣ୍ଡ ଆସ୍ଥେଟିକ୍ସରେ ପିଏଚଡି କରୁଛନ୍ତି ।

ଫି ବୃଦ୍ଧି ବିରୋଧରେ ସବୁବେଳେ ବାମପନ୍ଥୀ ଲଢେଇ କରିଆସିଛି । ବାମପନ୍ଥୀ ପାଇଁ ହିଁ ପୁରା କଲେଜରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରିଛି । ଏଥିପାଇଁ ସେମାନେ ଆମ ଉପରେ ଥିବା ଭରଷାକୁ ଦେଖାଇଛନ୍ତି । ସେପଟେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI)ର ଅଭିଜିତ୍ ଘୋଷ ଏବିଭିପିର ଦୀପିକା ଶର୍ମାଙ୍କୁ ପରାସ୍ତ କରି ଉପସଭାପତି ହୋଇଛନ୍ତି । ସେହିପରି ବାମପନ୍ଥୀ ସପକ୍ଷ BAPSA ପ୍ରାର୍ଥୀ ପ୍ରିୟଙ୍କା ଆର୍ଯ୍ୟ ଏବିଭିପିର ଅର୍ଜୁନ ଆନନ୍ଦଙ୍କୁ ପରାସ୍ତ କରି ସାଧାରଣ ସମ୍ପାଦକ ପଦ ଜିତିଛନ୍ତି । ନିର୍ବାଚନ କମିଟି ବାମପନ୍ଥୀ ସଂଗଠନର ପ୍ରାର୍ଥୀ ସ୍ଵାତୀ ସିଂଙ୍କ ନାମାଙ୍କନ ବାତିଲ କରିବା ପରେ ବାମପନ୍ଥୀ ସଂଗଠନ ପ୍ରିୟଙ୍କା ଆର୍ଯ୍ୟଙ୍କୁ ସମର୍ଥନ ଜଣାଇଥିଲେ। ଅନ୍ୟପକ୍ଷରେ ବାମପନ୍ଥୀ ସଂଗଠନର ପ୍ରାର୍ଥୀ ମହମ୍ମଦ ସାଜିଦ୍ ଏବିଭିପିର ଗୋବିନ୍ଦଙ୍କୁ ପରାସ୍ତ କରି ଯୁଗ୍ମ ସଚିବ ପଦରେ ଜିତିଛନ୍ତି।

 

Leave A Reply

Your email address will not be published.