Latest Odisha News

BREAKING NEWS

ନାରଦ ଲାଞ୍ଚ ମାମଲା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପିଟିସନର ଶୁଣାଣି ଲାଗି ମନାକଲେ ବିଚାରପତି

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିରାଶ । ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଦାଏର ପିଟିସନର ଶୁଣାଣି ଲାଗି ଅଗ୍ରାହ୍ୟ କରିଛନ୍ତି ଜଣେ ବିଚାରପତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନିରୁଦ୍ଧ ବୋଷ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଏଭଳି ମାମଲାର ଶୁଣାଣି ସେ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ବିଚାରପତି ।

ଜଷ୍ଟିସ ବୋଷ ହେଉଛନ୍ତି କୋଲକାତାର ବାସିନ୍ଦା । ଏହି ଖଣ୍ଡପୀଠରେ ଥିବା ଅନ୍ୟତମ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ମାମଲାକୁ ଅନ୍ୟ ଏକ ଖଣ୍ଡପୀଠକୁ ସ୍ଥାନାନ୍ତରିତ କରିବା ଲାଗି ସୁପାରିଶ କରିଛନ୍ତି । ନାରଦ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ଆଇନମନ୍ତ୍ରୀ ମଳୟ ଘାଟକଙ୍କ ପକ୍ଷରୁ ଦାଏର ହୋଇଛି ପିଟସନ । ଏହି ପିଟିସନର ଶୁଣାଣି କରିବାକୁ କୋଲକାତା ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Leave A Reply

Your email address will not be published.