Latest Odisha News

BREAKING NEWS

ଚନ୍ଦକାରେ ହାତୀଙ୍କୁ କରାଯିବ ଟ୍ରାକ୍, ଦେହରେ ଲାଗିବ ରେଡିଓ କୋଲାର୍‌

ଭୁବନେଶ୍ବର : ଚନ୍ଦକାରେ ବଣୁଆ ହାତୀଙ୍କୁ କରାଯିବ ଟ୍ରାକ୍ । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ପ୍ରାୟାସ । କାରଣ ଏବେ ହାତୀଙ୍କ ଦେହରେ ଲାଗିବ ରେଡିଓ କୋଲାର୍‌ । ରାଜ୍ୟରେ ପ୍ରଥମ ଥର ପାଇଁ ଚନ୍ଦକାରେ ଏପରି ରେଡିଓ କୋଲାରିଂ କରାଯିବ । ଯାହାଦ୍ବାରା ହାତୀଙ୍କ ଗତିବିଧି ଉପରେ ନଜର ରଖା ଯାଇପାରିବ ।

ଭୁବନେଶ୍ବର ଉପକଣ୍ଠରେ ମାତିଛନ୍ତି ହାତୀ ରାମୁ ଓ ମାଖେନା । ପ୍ରତିଦିନ ଗାଁ ଗଣ୍ଡାରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଏସବୁକୁ ନଜରରେ ରଖି ଚନ୍ଦକା ବନ ବିଭାଗ ହାତୀଙ୍କୁ ଆୟତ୍ତ କରିବାକୁ ଏଭଳି ପଦକ୍ଷେପ ନେଇଛି । ଚନ୍ଦକାରେ ଜଙ୍ଗଲୀ ହାତୀଙ୍କ ଠାରେ ରେଡ଼ିଓ କୋଲାର ଲଗାଇବାକୁ ନିଷ୍ପତ୍ତି ନେଇଛି । ଏହା କରିବା ଦ୍ବାରା ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ । ଏଥିପାଇଁ ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ବେଙ୍ଗାଲୁରୁ ସହିତ ଯୋାଯୋଗ କରିଛି ଚନ୍ଦକା ବନ ବିଭାଗ । ବେଙ୍ଗାଳୁରୁର ଏକ ଟିମ୍‌ ଆସି ହାତୀକୁ ଟ୍ରାଙ୍କୁଲାଇଜ୍‌ କରି ହାତୀ ଦେହରେ ଏହି ରେଡିଓ କୋଲାରିଂ ଲଗାଇବ ।

Leave A Reply

Your email address will not be published.