Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଢୋଲକିଆ…

ମୁମ୍ବାଇ : ଛୋଟ ପରଦାରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ଏବେ ଉର୍ବଶୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମୁମ୍ବାଇରେ ଉର୍ବଶୀଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ହେଲେ ଉର୍ବଶୀଙ୍କର ବିଶେଷ କ୍ଷତି ହୋଇ ନଥିବା ସୂଚନା ରହିଛି ।

ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ଉର୍ବଶୀଙ୍କ ଏହି ଦୁର୍ଘଟଣା ଶନିବାର ହୋଇଛି । ସେ ଶୁଟିଂ ପାଇଁ ମୁମ୍ବାଇର ମିରା ରୋଡ ସ୍ଥିତ ଫିଲ୍ମ ଷ୍ଟୁଡିଓକୁ ଯାଉଥିବା ବେଳେ କାଶିମିରା ଅଞ୍ଚଳରେ ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ ପଛରୁ ତାଙ୍କ କାର ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରୁ ଉର୍ବଶୀ ଓ ତାଙ୍କ ଷ୍ଟାଫ ମେମ୍ବର୍ସ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଏକ ସ୍କୁଲ ବସ ହୋଇଥିବାରୁ ଉର୍ବଶୀ ଏହାକୁ ନେଇ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନକୁ ମନା କରି ଦେଇଛନ୍ତି ।ଏହି ଦୁର୍ଘଟଣାରେ ଉର୍ବଶୀଙ୍କର ସେମିତି କିଛି କ୍ଷତି ହୋଇ ନ ଥିଲେ ମଧ୍ୟ କିଛି ସମୟ ପାଇଁ ରେଷ୍ଟ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି ।

 

View this post on Instagram

 

A post shared by URVASHI (@urvashidholakia)

ସୂଚନା ଯୋଗ୍ୟ, ଉର୍ବଶୀ ଡୋଲକିଆ ସୁପରଷ୍ଟାର ସଲମାନ ଖାଁଙ୍କ ଶୋ’ ବିଗବସ ୬ର ୱିନର ହୋଇଥିଲେ । ସେ ଅନେକ ନାଗିନ୍‌ ୬, ପରି ଅନେକ ସିରିଏଲରେ ଅଭିନୟ କରି ନିଜର ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  । ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ନଥିବା ବେଳେ ଏହି ଖବର ଅନେକ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି  ।

Leave A Reply

Your email address will not be published.