Latest Odisha News

BREAKING NEWS

ଗୋପାଳକୁ ପାଗଳ କହିବା ନେଇ ଘନେଇଲା ରାଜନୀତି, ନବୀନଙ୍କ ବିବୃତି ପରେ ନରସିଂହଙ୍କ କାଉଣ୍ଟର୍ ଆଟାକ୍

ଭୁବନେଶ୍ବର : ନରସିଂହଙ୍କ ନବୀନଙ୍କୁ ଟାର୍ଗେଟ ! ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ନେଇ ବିଧାନସଭାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଭିଯୁକ୍ତ ଗୋପାଳ ଦାସକୁ ବିରୋଧୀ ପାଗଳ ଦର୍ଶାଇ ରାଜନୀତି କରିବାକୁ ଚେଷ୍ଟା କରୁଥିବା ନେଇ ନବୀନଙ୍କ ବୟାନ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ନରସିଂହ । ନରସିଂହ ପଚାରିଛନ୍ତି, ଗୋପାଳକୁ ବିରୋଧୀ ପାଗଳ ଦର୍ଶାଉଛନ୍ତି ନା ଖୋଦ ସରକାର । ୨୦ ଫେବୃଆରୀରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ପ୍ରେସ ରିଲିଜରେ ଗୋପାଳର ମାନସିକରୋଗର ଲଙ୍ଗ୍ ହିଷ୍ଟ୍ରି ରହିଛି ବୋଲି ବିରୋଧୀ ନୁହେଁ ବରଂ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ୍ କହିଥିଲା। ତେବେ ମୁଖ୍ୟମନ୍ତ୍ରୀ କାହିଁକି ଗତକାଲି(ମଙ୍ଗଳବାର) ଗଣମାଧ୍ୟମରେ କହିଲେ, ଯେ ବିରୋଧି କେମିତି ଜାଣିଲେ ହତ୍ୟା ଅଭିଯୁକ୍ତ ଜଣେ ପାଗଳ ବୋଲି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବୃତି ତଦନ୍ତକୁ ବାଟବଣା କରିବ ବୋଲି ନରସିଂହ କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି (ମଙ୍ଗଳବାର) ନବଦାସ ହତ୍ୟା ଘଟଣା ନେଇ ବିରୋଧିଙ୍କ ଅଭିଯୋଗରେ ଖଣ୍ଡନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭିଯୁକ୍ତ ଜଣେ ପାଗଳ ଅବା ଅଭିଯୁକ୍ତକୁ ପାଗଳ ଦର୍ଶାଇବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି, ବିରୋଧୀଙ୍କୁ କିଏ କହିଲା ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ। ମାମଲାର ତଦନ୍ତ ନିରପେକ୍ଷ ଭାବେ ଚାଲୁ ରହିଛି ଓ ଏହି ସମ୍ବେଦନଶୀଳ ମାମଲାରେ ଏପର୍ଯ୍ୟନ୍ତ କୌଣସି ପେଲିସ ଅଧିକାରୀ ଅବା ଅନ୍ୟ କେହି କର୍ତ୍ତୃପକ୍ଷ କୌଣସି ସୂଚନା ଗଣମାଧ୍ୟମ ସମେତ କାହାରିକୁ ଦେଇନାହାନ୍ତି । ବିରୋଧି ଯଦି ଅଭିଯୋଗ କରୁଛନ୍ତି ଯେ, ସରକାର କିଛି ଲୁଚାଉଛନ୍ତି ବୋଲି, ତାହାଲେ ଏହା କେବଳ ସଂକୀର୍ଣ୍ଣ ରାଜନୀତି ବୋଲି କହିଥିଲେ ନବୀନ । ଯାହା ଉପରେ ଆଜି ନବୀନଙ୍କୁ ଘେରିଥିଲେ ନରସିଂହ।

Leave A Reply

Your email address will not be published.