Latest Odisha News

BREAKING NEWS

ଆଲେକ୍ସଙ୍କୁ ଚକିତ କଲା କୁଲଦୀପଙ୍କ ବଲ ଅଫ ସେଂଚୁରୀ

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ କୁଲଦୀପ ଯାଦବଙ୍କ ବୋଲିଂ ବେଶ ପ୍ରଶଂସା ସାଉଁଟୁଛି । ନିର୍ଣ୍ଣୟାକ ମୁକାବିଲାରେ କୁଲଦୀପଙ୍କ ବୋଲିଂ ବଳରେ ଭାରତ ବିପକ୍ଷ ଦଳକୁ ୨୬୯ ରନରେ ରଖିବାକୁ ସମର୍ଥ ହୋଇଥିଲା । ସେ ୫୬ ରନରେ ୩ଟି ୱିକେଟ ହାସଲ କରିଥିଲେ । ଏହି ମ୍ୟାଚର ୩୯ତମ ଓଭରରେ ଆଲେକ୍ସ କ୍ୟାରୀ ୩୮ ରନ କରି ଭଲ ଖେଳୁଥିବା ବେଳେ କୁଲଦୀପଙ୍କ ବୋଲିଂରେ ବୋଲ୍ଡ ହୋଇ ଯାଇଥିଲେ । ବ୍ୟାଟ୍ସମ୍ୟାନ ମଧ୍ୟ ବଲର ଟର୍ଣ୍ଣ ଦେଖି ଚକିତ ହୋଇ ପଡିଥିଲେ । ଲେଗ ସାଇଡ ବାହାରୁ ଏହି ବଲ ଟର୍ଣ୍ଣ କରି କ୍ୟାରି ଅଫ ଷ୍ଟମ୍ପ ଉଡେଇ ଦେଇଥିଲା ।

ଏହାକୁ ବଲ ଅଫ ଦି ସେଂଚୁରୀ ଭାବେ ଘୋଷଣା କରାଯାଉ ବୋଲି ସଙ୍ଗେ ସଙ୍ଗେ ଦାବୀ ହୋଇଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଓ ଅଷ୍ଟ୍ରେଲିଆ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଦତ ୨୭୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ତାଜା ରିପୋର୍ଟ ଅନୁସାରେ ଭାରତ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୩୪ ଓଭରରେ ୪ୱିକେଟ ହରାଇ ୧୮୦ ରନ ସଂଗ୍ରହ କରିନେଇଛି ।

Leave A Reply

Your email address will not be published.