ନୂଆଦିଲ୍ଲୀ: ମହାରାଷ୍ଟ୍ର ସିଏମ୍ଙ୍କୁ ଚାପୁଡା ମାରିବା ପ୍ରସଙ୍ଗକୁ ଗତକାଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ନାରାୟଣ ରାଣେଙ୍କୁ ଜାମିନ ପ୍ରଦାନ କରାଯାଇଛି। କୋର୍ଟ କହିଛନ୍ତି ଯେ ତାଙ୍କ ଗିରଫଦାରୀ ‘ଯଥାର୍ଥ’ କିନ୍ତୁ ତାଙ୍କୁ ଜେଲରେ ରଖିବାର କୌଣସି ଆବଶ୍ୟକତା ନାହିଁ।
ମନ୍ତ୍ରୀଙ୍କୁ ଜେରା ଓ ଗିରଫଦାରୀକୁ ଅଭିଯୋଗ କରି ତାଙ୍କ ଓକିଲମାନେ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଦଣ୍ଡ ତିନି ବର୍ଷରୁ ଅଧିକ ନୁହେଁ, ତେଣୁ ଏହି ମାମଲାରେ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀ ପାଳନ କରାଯିବା ଉଚିତ।