Latest Odisha News

BREAKING NEWS

ହାର୍ଡୱାର୍କ ବ୍ୟକ୍ତିଗତ ପସନ୍ଦ, ସପ୍ତାହକୁ ୭୦ ଘଣ୍ଟା କାର୍ଯ୍ୟ ନେଇ ନାରାୟଣ ମୂର୍ତ୍ତିଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ: ସପ୍ତାହକୁ ୭୦ ଘଣ୍ଟା କାର୍ଯ୍ୟ ନେଇ ଇନଫୋସିସର ସହ-ପ୍ରତିଷ୍ଠାତା ଏନ.ଆର. ନାରାୟଣ ମୂର୍ତ୍ତି ପରାମର୍ଶ ଦେବା ପରଠାରୁ ବିବାଦ ଆରମ୍ଭ ହୋଇଥିଲା। ଯାହାପରେ ସଫେଇ ଦେବାକୁ ଯାଇ ସେ ଆଉ ଏକ ନୂଆ ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ କଠିନ ପରିଶ୍ରମ କରିବା ନିଜର ବ୍ୟକ୍ତିଗତ ପସନ୍ଦ ଏବଂ ଏଥିପାଇଁ କାହା ସହ ଜୋର୍ ଜବରଦସ୍ତ କରାଯାଇପାରିବ ନାହିଁ। ତାଙ୍କ ମତରେ ଲୋକମାନଙ୍କୁ ନିଜର କାମକୁ ନେଇ ଆତ୍ମନିରୀକ୍ଷଣ କରିବା ସହ ଜୀବନରେ ଆଗକୁ ବଢ଼ିବା ପାଇଁ ସମର୍ପଣ ରହିବା ଉଚିତ।

ମୁମ୍ବାଇରେ ଆଇଏମସି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୂର୍ତ୍ତି ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିବା ସହ କହିଥିଲେ ଯେ ସେ ତାଙ୍କ ଜୀବନରେ ଯାହାବି ନିଷ୍ପତ୍ତି ନେଇଥିଲେ ତାହା ସବୁ ତାଙ୍କର ବ୍ୟକ୍ତିଗତ ଥିଲା। ଆହୁରି ମଧ୍ଯ ସେ  ସକାଳ ୬.୩୦ରେ ଅଫିସକୁ ଯାଇ ରାତି ୮.୩୦ରେ ଘରକୁ ଫେରୁଥିଲେ। ଏହିଭଳି ସେ ପ୍ରାୟ ୪୦ ବର୍ଷ ଧରି କରି ଆସୁଛନ୍ତି।

ନିକଟରେ ଏଲଆଣ୍ଡଟି ର ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟନ୍ ଏ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ। ଯେଉଁଥିରେ ସେ କହିଥିଲେ ଯେ କର୍ମଚାରୀମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ସହ ରବିବାର ମଧ୍ୟ କାମ କରିବା ଉଚିତ୍।

 

Comments are closed.