Latest Odisha News

ମୁମ୍ବାଇ ମୁଚ୍ଛଡ ପାନଦୋକାନୀକୁ ଗିରଫ କଲା ଏନସିବି

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କରୋବାର ଯାଂଚ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ମଙ୍ଗଳବାର ବଡ ସଫଳତା ହାସଲ ହୋଇଛି । ମୁମ୍ବାଇର ମୁଚ୍ଛଡ ପାନଦୋକାନୀ ଭାବେ ନାମ କମାଇଥିବା ରାମଶଙ୍କର ତିୱାରୀକୁ ଏନସିବି ଗିରଫ କରିଛି । ତିୱାରୀଙ୍କ କେମ୍ପ୍ସ କର୍ଣ୍ଣର ଦୋକାନରୁ ବହୁମାତ୍ରାରେ ଡ୍ରଗ୍ସ ଜବତ କରାଯାଇଥିଲା । ଡ୍ରଗ୍ସ ସପ୍ଲାୟର ବ୍ରିଟିଶ ନାଗରିକ କରଣ ସଜନାନି ଉପରୋକ୍ତ ପାନ ଦୋକାନୀର ନାମ ପୋଲିସକୁ ଜଣାଇଥିଲେ । ଏହି ପାନ ଦୋକାନକୁ ୩ ଭାଇ ଏକତ୍ର ଚଳାନ୍ତି । ସମେସ୍ତ ବଡ ବଡ ନିଶ ଲାଗି ପରିଚିତ ।

ଫିଲ୍ମ କଳାକାର, ବ୍ୟବସାୟୀ ଓ ନେତା ସେମାନଙ୍କଠାରୁ ଡ୍ରଗ୍ସ ନେଇଥାନ୍ତି । ଦୋକାନରେ ପାନ ପାଇଁ ସବୁବେଳେ ଗହଳି ଲାଗି ରହିଥାଏ । ଏଠାରେ ଅନଲାଇନରେ ପାନ ବିକ୍ରି ମଧ୍ୟ ହୋଇଥାଏ । ସୁଶାନ୍ତ ସିଂ ରାଜପୁତ କେସ ତଦନ୍ତ କରୁଥିବା ଏନସିବି ଏ ପର୍ଯ୍ୟନ୍ତ ୪୦ଜଣଙ୍କୁ ଗିରଫ କରିସାରିଛି ।

Leave A Reply

Your email address will not be published.