Latest Odisha News

BREAKING NEWS

୨୧ ସ୍ୱାଗତମ ୨୧ ଅନଲାଇନ କଳା ଶିବିର ଉଦଯାପିତ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ ସ୍ୱାଗତମ ୨୧ ଶୀର୍ଷକ ଚାରି ଦିନିଆ ଅନଲାଇନ କଳା ଶିବିର ଶେଷ ଦିନରେ ୱେବିନାର ଜରିଆରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ କେବଶ ବର୍ଣ୍ଣୋତି ପରିଚାଲନା କରିଥିଲେ । ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସଭାପତି ପ୍ରଦୀପ୍ତ ଦାସ ସମସ୍ତ ଚିତ୍ରଶିଳ୍ପୀ ମାନଙ୍କୁ ସାଧୁବାଦ ଦେବା ସହ ନୂତନ ବର୍ଷର ମଙ୍ଗଳ କାମନା କରିଥିଲେ। ଚିତ୍ରଶିଳ୍ପୀ ମାନେ ସମାଜ ଓ କଳାର ଉନ୍ନତି ପାଇଁ ବ୍ରତୀ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏହାଦ୍ୱାରା ସମାଜକୁ ନୂଆ ଦିଗଦର୍ଶନ ମିଳିପାରିବ ।

ଦିଲ୍ଲୀର ଚିତ୍ରଶିଳ୍ପୀ ଡ଼ଃ ନୀରଜା ପିଟର୍ସ ଇ ଏଫ ସି ର ପ୍ରୟାସ ଯୋଗୁ କରୋନା ସମୟରେ ଭାରତର ଶିଳ୍ପୀ ମାନେ ନୂଆ କାମ କରିବାର ପ୍ରେରଣା ପାଇଲେ। ଚଣ୍ଡୀଗଡ଼ କଳା ମହାବିଦ୍ୟାଳୟର ଅଧ୍ୟାପକ ଲକ୍ୱିନ୍ଦର ସିଂ କଳା ଶିବିର ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିଛି ବୋଲି କହିବା ସହିତ ନୂଆ ନୂଆ କୌଶଳ ବିଷୟରେ ଆଲୋଚନା କରିଥିଲେ।

ଓଡ଼ିଶାର ବରିଷ୍ଠ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଏହି ଏହି ଶିବିରରେ ନିଜର ଚିତ୍ର ପ୍ରଦର୍ଶିତ କରିଥିଲେ। ନୋଇଡ଼ାର ପ୍ରଳୟ କୁଣ୍ଡୁ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଅନ୍ୟ କଳାକାର ଯଥା ଆର୍ଯ୍ୟପ୍ରଜ୍ଞା, କିଶୋର ନାୟକ, ଅନୁପମା ଦେ, କାମିନୀକାନ୍ତ ସ୍ୱାଇଁ, ଡ଼ଃ ଶାଳିନୀ ସିଂ, ମାନସ ସେଠୀ , ସ୍ୱାତୀ ଜୈନ , ରାଜା ଗୋପାଳ , ସନ୍ଦୀପ ଦେବ, ରଘୁନାଥ ଜେନା , ଦେବଦତ୍ତ ସାହୁ , ଅରୁଣ ଚନ୍ଦ୍ର ବର୍ମନ, ଅଜୟ ସିଂ , ପ୍ରମୁଖ ନିଜର ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.