ସାମୁଏଲ୍ ମିରାଣ୍ଡାଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ସାମୁଏଲ୍ ମିରାଣ୍ଡା ।

ଆଜି ସାମୁଏଲ ମିରାଣ୍ଡାଙ୍କ ଘରେ ଏନସିବି ଟିମ୍ ଚଢ଼ାଉ କରିଥିଲା । ଅଧିକ ପଚରାଉଚରା କରିବା ପାଇଁ ତାଙ୍କୁ ହେପାଜତରେ ନେଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଡ୍ରଗ୍ସ ଲିଙ୍କର ଗୁମର ଖୋଜିବାକୁ ମିରାଣ୍ଡାଙ୍କୁ ଜେରା କରାଯିବ ।

ଆଜି ମିରାଣ୍ତାଙ୍କ ଘରେ ପାଖାପାଖି୨ ଘଣ୍ଟା ଚଢ଼ାଉ ହୋଇଥିଲା । ତଦନ୍ତକାରୀ ଅଧିକାରୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂରାକ ମିଳିଥିବା କୁହାଯ଼ାଉଛି ।

ଆଜି ସାମୁଏଲଙ୍କ ସମେତ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଘରେ ରେଡ୍ କରିଛି ଏନସିବି । ପୂର୍ବରୁ ରିୟା ଓ ଡ୍ରଗ୍ସ ମାଫିଆଙ୍କ ହ୍ୱାଟସ ଆପ୍ ଚାର୍ଟ ସାମନାକୁ ଆସିଥିଲା ।