Latest Odisha News

ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଅର୍ଥ ବ୍ୟବସ୍ଥାରେ ସାମିଲ ହେବ: ମୋଦୀ

ନୂଆଦିଲ୍ଲୀ: କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଆୟୋଜିତ ହେବା ନେଇ ପାକିସ୍ତାନ ଏବଂ ଚୀନ୍‌ର ଆପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି। ମେଦୀ କହିଛନ୍ତି, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବୈଠକ ଆୟୋଜିତ କରିବା ସ୍ୱାଭାବିକ ଏବଂ ଏହା ଆମର ଅଧିକାର।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ବିଷୟରେ କହିଛନ୍ତି ଯେ, ଜି-୨୦ରେ ବିଶ୍ୱ ଆମର ଶବ୍ଦ ଏବଂ ଦୃଷ୍ଟିକୁ କେବଳ ଧାରଣା ନୁହେଁ ବରଂ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ଭାବରେ ଦେଖୁଛି। ବିଶ୍ୱ ଜିଡିପି କେନ୍ଦ୍ରିକ ଆଭିମୁଖ୍ୟ ବର୍ତ୍ତମାନ ମାନବ-କେନ୍ଦ୍ରିକ ଆଭିମୁଖ୍ୟରେ ପରିବର୍ତ୍ତନ ହେଉଛି। ଭାରତ ଏଥିରେ ଏକ ଅନୁକ୍ରମଣିକା ଭୂମିକା ଗ୍ରହଣ କରୁଛି।

ଏକ ଦଶନ୍ଧିରୁ କମ ସମୟ ମଧ୍ୟରେ ଦେଶ ପାଞ୍ଚଟି ସ୍ଥାନକୁ ସଫଳତାର ସହ ପହଞ୍ଚିବା ରେକର୍ଡକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥ ବ୍ୟବସ୍ଥାରେ ସ୍ଥାନ ପାଇବ। ‘ସବକା ସାଥ୍, ସବକା ବିକାଶ’ ମଧ୍ୟ ବିଶ୍ୱ କଲ୍ୟାଣ ପାଇଁ ଏକ ମାର୍ଗଦର୍ଶିକା ହୋଇପାରେ।

ସେ କହିଛନ୍ତି, ଦୀର୍ଘ ଦିନ ଧରି ଭାରତକୁ ଏକ ଦରିଦ୍ରର ଦେଶ ରୂପେ ଲୋକେ ଜାଣୁଥିଲେ। କିନ୍ତୁ ଏବେ ଏହି ଗରିବ ଦେଶ ଉଚ୍ଚାଭିଳାଷୀ ମନଭାବ ଏବଂ କୁଶଳୀ ହାତ ଥିବା ଦେଶ ଭାବେ ପରିଚୟ ସୃଷ୍ଟି କରିଛି। ଆଜି ବିକାଶର ମୂଳଦୁଆ ପକାଇବା ପାଇଁ ଭାରତୀୟଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। ଯାହା ଆଗାମୀ ଏକ ହଜାର ବର୍ଷ ପାଇଁ ସ୍ମରଣୀୟ ହେବ।

Comments are closed.