Latest Odisha News

କୃଷକ ବିଜୟ ସମାବେଶ ପାଳନ କରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି

ପୁରୀ: ଆସନ୍ତା ସେପ୍ଟେମ୍ବର  ୯ ତାରିଖରେ କୃଷକ ବିଜୟ ସମାବେଶ ପାଳିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି । ଏଥିପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ପ୍ରାୟ ୧୦ହଜାର ଚାଷୀ ଯୋଗ ଦେବେ ବୋଲି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ତରଫରୁ କୁହାଯାଇଛି ।

ସୂଚନା ଅନୁସାରେ, ରାଜ୍ୟ ସରକାରର୍ଙ୍କ ପକ୍ଷରୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ନାମରେ ପୁରୀ ଉପକଣ୍ଠରେ ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଓ କୃଷକ ମାନଙ୍କ ଜମିକୁ ଷଡ଼ଯନ୍ତ୍ର କରାଯାଇ ଅଧିଗ୍ରହଣ କରାଯାଇଥିଲା। ଏକ ଅଯୋଗ୍ୟ କମ୍ପାନୀ ହାତରେ ୧୦ହଜାର ଏକର ଜମିକୁ ଟେକି ଦିଆଯାଇଥିବା ବେଳେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏ କଥା ଯାଇଥିଲା । ସମିତି ପକ୍ଷରୁ ଅନେକ ଦିନର ସଂଘର୍ଷ ପରେ ସୁପ୍ରିମକୋର୍ଟରେ ବିଜୟ ମିଳିଥିଲା । ସରକାରଙ୍କୁ ଭତ୍ସନା କରିବା ସହ ଏଥିପାଇଁ କମ୍ପାନୀକୁ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ ।

ଏହି ମାମଲାରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଲଢେଇ ଲଢୁଥିଲେ । ତେବେ ଏହି କୃଷକ ବିଜୟ ସମାବେଶକୁ ସମିତି ପକ୍ଷରୁ ମହାପ୍ରଭୁଙ୍କ ବିଜୟ ସମାବେଶ ବୋଲି ମଧ୍ୟ କୁହାଯାଉଥିବା ବେଳେ ୯ ତାରିଖ ଦିନ ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ସମାଜସେବୀ ମେଧା ପାଟେକରକୁ ସମ୍ବର୍ଦ୍ଧିତ କରିବ ସମିତି । ଏଥିପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ ହୋଇଛି ।

 

Leave A Reply

Your email address will not be published.